ଚୋର ସନ୍ଦେହ ୨ ଯୁବକଙ୍କୁ ଅଟକ ରଖି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ସାନଖେମୁଣ୍ଡି ବ୍ଲକ ନରସିଂହଗଡ ଗାଁ ରେ ଚୋର ସନ୍ଦେହରେ ୨ ଜଣ ଯୁବକ ଙ୍କୁ ଅଟକ ରଖି ଗ୍ରାମବାସୀ ଶନିବାର ରାତିସାରା ଏକ ବିଦ୍ୟୁତ୍ ଖୁଣ୍ଟ ରେ ବାନ୍ଧି ଉଭୟଙ୍କୁ ନିର୍ଦ୍ଧୁମ ଛେଚିବା ସହ ପାଟପୁର ପୋଲିସ କୁ ହସ୍ତାନ୍ତର କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ର ତଦନ୍ତ ପରେ ସେ ଦୁହେଁ ପ୍ରକୃତରେ ଚୋର ନଥିବା ଜଣାପଡିଛି। ପୋଲିସ ସେ ଦୁହିଁଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି।  ପାଟପୁର ଥାନା ଇଲାକାରେ   ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି ଘଟଣା। ତାଲା ପଡୁଥବା ଘର ଏବଂ ଏକୁଟିଆ ରହୁଥିବା ବ୍ୟକ୍ତି ବିଶେଷଙ୍କ  ଘର ଗୁଡିକୁ ଟାର୍ଗେଟ କରୁଛନ୍ତି ଚୋର ଦଳ ।ଫଳରେ ଅନେକ ଗାଁ ରେ ଯୁବକ ମାନେ ଠେଙ୍ଗା ବାହିନୀ ଗଠନ କରି ରାତିସାରା ପାଳି କରି ଠେଙ୍ଗା ଟର୍ଚ୍ଚ ଧରି ପହରା ଦେଉଛନ୍ତି । ପୋଲିସର ପାଟ୍ରୋଲିଂ ସତ୍ତ୍ୱେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଉଛନ୍ତି ଚୋର ଦଳ। ପୋଲିସ ର ପାଟ୍ରୋଲିଂ ସତ୍ତ୍ୱେ ଏବଂ  ଗ୍ରାମର ଯୁବକ ମାନେ ଗାଁ ସାରା  ପହରା ଦେଉଥିଲେ ମଧ୍ୟ କେତେକ ଅଞ୍ଚଳରେ ଚୋର ମାନେ ଚୋରି କରିବା ପାଇଁ ସାହସ କରୁଛନ୍ତି । ଶନିବାର ରାତିରେ   ନରସିଂହଗଡ଼ ଗାଁରେ  ଯୁବକମାନେ ଠେଙ୍ଗା ବାଡି ଧରି ପଇଁତରା ମାରୁଥିବା ବେଳେ ଦୁଇ ଜଣ ଯୁବକକୁ କାବୁ କରିଥିଲେ।  ଗ୍ରାମବାସୀମାନେ ଯୁବକ ଦୁହିଁ ଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ ମଧ୍ୟ ସେ ଦୁହେଁ କୌଣସି ଉତ୍ତର ନଦେବାରୁ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ଟିମ ଗାଁ ରେ ପହଞ୍ଚିବା ପରେ ଗ୍ରାମବାସୀ ଉଭୟଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।ପୋଲିସ ଏନେଇ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି। ପୋଲିସ ଉଭୟ ଯୁବକଙ୍କ ପରିଚୟ ଓ ଠିକଣା ଜାଣିବାକୁ ପାଇଥିଲେ ମଧ୍ୟ ଏନେଇ କୌଣସି ସୂଚନା ଦେବାକୁ ମନା କରିଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ