ବୃଦ୍ଧା ଙ୍କୁ ଶୋଇଥିବା ଅବସ୍ଥାରେ ବିଭତ୍ସ ହତ୍ୟା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟ ଗଡ ସାହି ରେ ଶନିବାର ବିଳମ୍ବିତ ରାତି ରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ।ଜଣେ ବୃଦ୍ଧା ଙ୍କୁ ନିଷ୍ଠୁର ଭାବେ ଶୋଇଥିବା ଅବସ୍ଥାରେ ହତ୍ୟାକରି ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ନଗଦ ଟଙ୍କା। ବୃଦ୍ଧା ଜଣକ ହେଲେ ରାମେୟା ପାତ୍ର ଙ୍କ ସ୍ତ୍ରୀ ଆଦି ପାତ୍ର।ସବୁଦିନ ପରି ରାତ୍ରି ଭୋଜନ ସାରି ଘର ବାହାରେ ଥିବା ଗୁହାଳ ଘରେ ଶୋଇଥିଲେ ରାମେୟା।ଘର ଭିତରେ ଶୋଇଥିଲେ ଆଦି ପାତ୍ର।ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଘର ବାରିପଟ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ।ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର ଖୋଜା ଖୋଜି କରିବା ସହ ଫିଙ୍ଗା ଫୋପଡ଼ା କରିବା ସହ ଟ୍ରଙ୍କ ପେଡିରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେବା ସହ ଶୋଇଥିବା ବୃଦ୍ଧା ଙ୍କୁ ମାଡି ବସି ତାଙ୍କର ମୁଣ୍ଡ କୁ ଛେଚି ମାରିଦେବା ସହ ସେ ବେକରେ ପିନ୍ଧିଥିବା ସୁନା ଖାସୁ ମାଳି ,କାନ କୁ କୌଣସି ଧାରୁଆ ଅସ୍ତ୍ରରେ କାଟି ସୁନା କାନ ଫୁଲ , ନାକ କୁ କାଟି ସୁନା ଦଣ୍ଡି ପ୍ରଭୃତି କାଟି ନେଇଯାଇଛନ୍ତି। ଭୋର ରେ ସ୍ଵାମୀ ରାମେୟା ନିଦରୁ ଉଠି ଘର ଭିତରକୁ ଗଲା ବେଳେ ସ୍ତ୍ରୀ ଙ୍କ ରାକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖି ସାହି ପଡୋଶୀ ଙ୍କୁ ଡାକ ପକାଇଥିଲେ।ଖବରପାଇ ଅପର୍ତି ନଗର ସାହି ରେ ରହୁଥିବା ପୁଅ ସାହେବ ପାତ୍ର ଘରେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ।ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା,ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା,କେ.ନୂଆଗାଁ ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ବାଇଁ ଘଟଣାସ୍ଥଳ ରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ।ପରେ ପୋଲିସ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା।ବୃଦ୍ଧା ଙ୍କ ସ୍ଵାମୀ ରାମେୟା ପାତ୍ର ଙ୍କ ଏତଲା କ୍ରମେ ଥାନା ମାମଲା ନଂ. ୩୨୪/ ୨୨ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଥିଲା। ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ବୃଦ୍ଧା ଙ୍କ ଝିଅ ଜ୍ବାଇଁ ସୁରାଟ ରେ ରହନ୍ତି। ଝିଅ କିଛିଦିନ ପୂର୍ବେ ମାଆ ଆଦି ଙ୍କୁ ଟଙ୍କା ପଠାଇଥିଲେ।ଆଦି ଗାଁ ରେ କିଛି ବ୍ୟକ୍ତି ଙ୍କୁ ସୁଧ ପାଇଁ ଟଙ୍କା ଋଣ ଦେଉଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ସୂଚନା ପାଇଛି। ପୋଲିସ ରକ୍ତଭିଜା ଲୁଗା ଜବତ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡ଼ିଛି।


