ଓଷ୍ଠା ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଆନୁକୁଲ୍ୟରେ ନବମ ଶ୍ରେଣୀ ଓଷ୍ଠା ମେଧାବୃତ୍ତି ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି ।ଏହି ମେଧାବୃତ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଧାନ ଶିକ୍ଷକ ତଥା କେନ୍ଦ୍ର ତତ୍ତ୍ୱାବଧାରକ ରମେଶ କୁମାର ବଳବନ୍ତରାୟ ଏହାକୁ ପରିଚାଳନା କରିଥିଲେ । ପରୀକ୍ଷା କେନ୍ଦ୍ରରେ ୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ରାଜ୍ୟ ଓଷ୍ଟା ତରଫରୁ ପର୍ଯ୍ୟବେକ୍ଷକ ସଂପାଦକ ରଞ୍ଜନ କୁମାର ଦାଶ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପଦ୍ମଭୂଷଣ ବିଶ୍ଵାଳ, ଯୁଗ୍ମ ସଂପାଦକ ମନୋଜ କୁମାର ଗୁମାନସିଂହ, ରଣପୁର ବ୍ଲକ ସଂପାଦକ ବିଜୟ କୁମାର ପରିଡା ଓ ଶିକ୍ଷକ ଆର୍ତ୍ତବନ୍ଧୁ ସାହୁ ପ୍ରମୋଦ କୁମାର ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ।


