ଓଟିଇଟି ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ପୁନଃ ମୂଲ୍ୟାୟନ ସହ ତଦନ୍ତ ଦାବି

ଭୁବନେଶ୍ୱର, : ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ସେମାନେ ନିୟମିତ ହେବାରୁ ବଞ୍ôଚତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟତା ନଥିବା ବେଳେ ଦୀର୍ଘ ଦୁଇବର୍ଷ ବ୍ୟବଧାନରେ ଗତ ୧୬.୦୧.୨୦୧୯ରିଖରେ ଓଟିଇଟି ପରୀକ୍ଷା ହୋଇଥିଲା । ସେହି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତ୍ତୃପକ୍ଷ ବିନା ତଦନ୍ତ ଓ ପ୍ରମାଣରେ ବାତିଲ୍ କରିଥିଲେ । ଫଳରେ ୧,୨୬୦୦୦ ପରୀକ୍ଷାର୍ଥୀ ହତାସ ହୋଇଥିଲେ । କିଏ ଭାଇରାଲ କଲା, କେଉଁଠୁ ଭାଇରାଲ ହେଲା ଅଦ୍ୟାବଧି ପ୍ରମାଣିତ ହୋଇନାହିଁ । ପ୍ରକୃତ ଦୋଷୀଙ୍କୁ ଧରାନଯାଇ ୧,୨୬,୦୦୦ ପରୀକ୍ଷାର୍ଥୀଙ୍କୁ ଏକତରଫା ନିଷ୍ପତ୍ତିରେ ମନଇଚ୍ଛା ଦଣ୍ଡିତ କରାଗଲା । ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପୂର୍ବରୁ ଦୀର୍ଘଦିନ ପ୍ରସ୍ତୁତି ହୋଇଥାଏ । ପରୀକ୍ଷାର ବିଧିବ୍ୟବସ୍ଥା ଅନୁଯାୟୀ ଅତିବେଶୀରେ ଏକମାସ ମଧ୍ୟରେ ପୁନଃ ପରୀକ୍ଷା କରିବା କଥା । କିନ୍ତୁ ବୋର୍ଡ଼ ତାହା ନ କରି ଆଠମାସ ବିଳମ୍ବରେ ଗତ ୦୫.୦୮.୨୦୧୯ରିଖ ଠାରୁ ଦିନକୁ ତିନି ପର୍ଯ୍ୟାୟରେ ଓଟିଇଟି ପରୀକ୍ଷା କଲେ । ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର ଦେଇ ବୋର୍ଡ଼ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଲେ । ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ ଭାଷାର ସାମଞ୍ଜସ୍ୟତା ରହୁନଥିବା ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ସହିତ ଯେଉଁ ଭାଷାରେ ଅନୁବାଦ କରାଯାଇଛି ତାହା ମାତୃଭାଷା ନହୋଇ ତେଲୁଗୁ, ବଙ୍ଗାଳୀ ଭଳି ମନେ ହେଉଛି । ଯଦ୍ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ସଠିକ ଭାବରେ ବୁଝିବାରେ ଅସହାୟତା ପ୍ରକାଶ କରିଛନ୍ତି । ବିଭାଗରେ କାର୍ଯ୍ୟ କରୁଥିବା ପ୍ରାୟ ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ କମ୍ପ୍ୟୁଟର ଜ୍ଞାନ ନଥିବା ବେଳେ ଚଳିତ ବର୍ଷର ଅନ୍‌ଲାଇନ୍ ଓଟିଇଟି ପରୀକ୍ଷାର୍ଥୀମାନଙ୍କ ମାନସିକସ୍ତରରେ ଆଘାତ ସୃଷ୍ଟି କରିଛି । ପରୀକ୍ଷର୍ଥୀମାନେ ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାକୁ ୨୫୦ ରୁ ୪୦୦ କିି.ମି.ରୁ ଅଧିକ ବାଟ ଯିବାକୁ ପଡ଼ିଛି । ଏହା ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ହଜାର ହଜାର ପରାୀକ୍ଷାର୍ଥୀ ସମସ୍ୟା ଭୋଗିଛନ୍ତି । ଓଟିଇଟି ପରୀକ୍ଷାକୁ ସ୍ୱଚ୍ଛତା କରିବା ଆଳରେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଗଲା କିନ୍ତୁ ତାହା ମଧ୍ୟ ଭାଇରାଲ୍ ହେଲା । ବୋର୍ଡ଼ କର୍ତ୍ତୃପକ୍ଷ ଅନ୍‌ଲାଇନ୍ ପ୍ରଶ୍ନର ଭାଇରାଲକୁ ସ୍ୱୀକାର କରିଛନ୍ତି । ଅପରାଧୀ ଧରାପଡ଼ିବା କଥା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କିନ୍ତୁ ୧୬.୧.୨୦୧୯ରିଖରେ ହୋଇଥିବା ଭାଇରାଲରେ ପ୍ରମାଣ ନାହିଁ ଦୋଷୀକୁ ଦଣ୍ଡ ଦିଆଯାଇନାହିଁ । କିନ୍ତୁ ପରୀକ୍ଷା ସରିବାର ୨ ଘଣ୍ଟା ପରେ ପରୀକ୍ଷାକୁ ବାତିଲ୍ କରାଗଲା । ଫଳରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା ।
ପୁନର୍ବାର ଗତ ତା ୫.୮.୨୦୧୯ରୁ ୧୮.୮.୨୦୧୯ରିଖ ପର୍ଯ୍ୟନ୍ତ ଯେଉଁ ଅନ୍‌ଲାଇନ୍ ପରୀକ୍ଷା ହୋଇଥିଲା ସେଥିରେ ବ୍ୟାପକ ତ୍ରୁଟି ଥିବାର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ଏହାକୁ ସେତେବେଳେ ମହାସଂଘ ତରଫରୁ ବୋର୍ଡ଼ ଏବଂ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରାଯାଇଥିଲା । ମହାସଂଘ ଏବଂ ପରୀକ୍ଷାର୍ଥୀଙ୍କ ତରଫରୁ ହୋଇଥିବା ଅଭିଯୋଗକୁ ଭ୍ରୁକ୍ଷେପ ନ କରି ବୋର୍ଡ଼ କର୍ତ୍ତୃପକ୍ଷ ୫.୧୦.୨୦୧୯ରିଖରେ ଉତ୍ତର ନମୂନା ବୋର୍ଡ଼ର ୱେବ୍‌ସାଇଟ୍‌ରେ ପ୍ରକାଶିତ କଲେ । ସେଥିରେ ମୂଳ ପ୍ରଶ୍ନପତ୍ରକୁ ସଂଶୋଧିତ କରି ଛଡ଼ାଯାଇଥିବାର ସୂଚନା ମିଳିବା ସହିତ ଉତ୍ତରରେ ଅନେକ ତ୍ରୁଟି ଦେଖା ଦେଇଥିଲା । ଏହିସବୁ ସମସ୍ୟାକୁ ବିରୋଧ କରି ଗତ ତା ୧୪.୧୦.୨୦୧୯ ରିଖରେ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହା ପରେ ଗତ ୨୧.୧୦.୨୦୧୯ରିଖରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଟିଇଟି ସମ୍ପର୍କିତ ଏକ ବୈଠକ ବସିଥିଲା । ଖୁବ୍ ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନେବାକୁ ବୈଠକରେ ଆଲୋଚନା ହୋଇ ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଯେଉଁ ଫଳ ପ୍ରକାଶ ପାଇଛି, ସେଥିରେ ବୋର୍ଡ଼ ଓ ଟେଣ୍ଡର ନେଇ ସଂସ୍ଥା ଚଞ୍ଚକତା ଓ ଜାଲିଆତି କରି କାହାକୁ କେତେ ମାର୍କ ଦେଇଛନ୍ତି ତାହାର କୌଣସି ସଠିକତା ନାହିଁ । ଏହା କେଉଁ ନିୟମରେ ହେଲା ତାହା ସନ୍ଦେହ ହେଉଅଛି । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିରପେକ୍ଷ ପରୀକ୍ଷା ନୁହେଁ । ଏପରିକି ଫଳ ପ୍ରକାଶ ପାଇବା ନେଇ କୌଣସି ଗଣମାଧ୍ୟମକୁ ବୋର୍ଡ଼ ସଠିକ୍ ସୂଚନା ଦେଇନଥିବା ଆହୁରି ସନ୍ଦେହ ପ୍ରକାଶ ହେଉଛି । ଏଣୁ ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସହିତ ୧୬.୦୧.୨୦୧୯ରିଖରେ ଯେଉଁ ପରୀକ୍ଷା ହୋଇଥିଲା ଅନ୍ୟାୟ ଭାବରେ ବାତିଲ୍ କରାଯାଇଛି । ତେଣୁ ତାର ପରୀକ୍ଷା ଫଳ ପ୍ରକାଶ କରାଯାଉ, ୫.୮.୨୦୧୯ରିଖରୁ ହୋଇଥିବା ଓଟିଇଟି ପରୀକ୍ଷାର ଯେଉଁ ବ୍ୟାପକ ତ୍ରୁଟି ହୋଇଛି ବୋର୍ଡ଼ ତରଫରୁ ବିଚାର କରି ସମସ୍ତ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯାଉ, ଅନ୍ ଲାଇନ୍ ପରୀକ୍ଷା ପାଇଁ ଯେଉଁ ସଂସ୍ଥା ଟେଣ୍ଡର ନେଇ ଏହିଭଳି ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ଖେଳିଛନ୍ତି ତାଙ୍କୁ କଳା ତାଲିକାଭୁକ୍ତ କରି ଦଣ୍ଡିତ କରାଯାଉ ଓ ପରୀକ୍ଷା ଫଳ ଯେଉଁଭଳି ଭାବରେ ପ୍ରକାଶ ପାଉଛି ତାର କ୍ରାଇମ ବ୍ରାଞ୍ଚସ୍ତରରେ ତଦନ୍ତ କରାଯାଉ ଓ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିିଆଯିବା ସହିତ ନିରୀହ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଂଘର ସଭାପତି ଶିବଲାଲ ସାହୁ, ସମ୍ପାଦକ ବୁଲୁ ବେହେରା, କୋଷାଧ୍ୟକ୍ଷକ ଅମୀୟ କୁମାର ବରାଳ, ଉପଦେଷ୍ଟା ଉମାକାନ୍ତ ନାୟକ, ବିଭୂତି ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ