ଅସ୍ତରଙ୍ଗ ଅଞ୍ଚଳ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ନିମାପଡ଼ା, (ସନ୍ତୋଷ ଦାଶ):ଶିକ୍ଷା ବିଭାଗ ମୋ ସରକାର ରେ ସାମିଲ ହୋଇଥିବାବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାକୁ ୫ଟି ଯୋଜନା ରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ କିଛି ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା ବିଭାଗ କର୍ମଚାରୀ ମାନଙ୍କ ପାଇଁ ଏବେ ବି ବହୁ ଅଞ୍ଚଳ ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜ୍ଯ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ନିଜ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରଣା ପଂଚାୟତ ପଦାସାହି ପ୍ରାଥମିକ ବିଦ୍ୟାଳୟ ଓ ପଦାସାହି ଅଙ୍ଗନବାଡି କେନ୍ଦ୍ର ଠିକ୍ ସମୟ ରେ ଖୋଲୁନି କି ଠିକ୍ ସମୟ ରେ ଏଠାକୁ ଆସୁନାହାନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଅଙ୍ଗନବାଡି କେନ୍ଦ୍ର ସକାଳ ୯ ଟାରେ ଖୋଲିବା କଥା ହେଲେ ଦିନ ୧୧ପର୍ଯ୍ୟନ୍ତ ଖୋଲୁ ନଥିବାରୁ ଗାଁମୁଣ୍ଡ ଏକ ଗଛତଳେ ବସି ବସି ଶେଷରେ କୋମଳମତି ପିଲାମାନେ କାନ୍ଦି କାନ୍ଦି ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ସେପଟେ ସାର ଓ ଗୁରୁମା ଙ୍କୁ ଅପେକ୍ଷା କରି ଗଛତଳେ ଏମିତି ଚାହିଁ ବସିଛନ୍ତି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ।କେବଳ ଛାତ୍ରଛାତ୍ରୀ ନୁହନ୍ତି ସ୍କୁଲ ପାଚିକା ମଧ୍ୟ ସାରଙ୍କୁ ଅପେକ୍ଷା କରି ବସୁଛନ୍ତି ଢେର ସମୟ ପର୍ଯ୍ୟନ୍ତ। ଏ ଘଟଣା କେବଳ ଦିନକର ନୁହେଁ ଏମିତି ଅନେକ ସମୟରେ ସ୍କୁଲ ସମୟଠାରୁ ଅନେକ ବିଲମ୍ବରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଆସନ୍ତି । ଏମିତି ସାରଙ୍କୁ ଚାହିଁ ବସିଥାନ୍ତି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ଜଣେ ବି ଠିକ ସମୟରେ ସ୍କୁଲ ଆସନ୍ତି ନାହିଁ ବୋଲି କୁହନ୍ତି ପାଚିକା ଦାୟିତ୍ୱ ରେ ଥିବା ସାବିତ୍ରୀ ସ୍ଵାଇଁ। ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦେଇ ଙ୍କୁ ଏ ସମ୍ପର୍କ ରେ ପଚାରିବାରେ ଦିନେ ଦିନେ ବର୍ଷା କାରଣ ରୁ ଡେରି ହୋଇ ଯାଉଥିବା ସ୍ବୀକାର କରିଥିଲେ।ସହକାରୀ ଶିକ୍ଷକ ଅଶୋକ ସାମଲ ଙ୍କୁ ପଚାରିବାରେ ସେ କହିଥିଲେ ଦୂର ସ୍ଥାନ ରୁ ଆସୁଥିବାରୁ ଦିନେ ଦିନେ ବିଳମ୍ବ ହୋଇଯାଇଥାଏ। ବ୍ଲକ ଶିକ୍ଷା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ନିୟମିତ ବିଳମ୍ବ ରେ ଖୋଲୁଥିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅସ୍ତରଙ୍ଗ ସିଡିପିଓ କରୁଣା କର କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ଭିତ୍ତିଭୂମୀ ବିକାଶ ନାଁରେ ଡିଣ୍ଡିଵ ପିଟୁଥିବା ବେଳେ ଅସ୍ତରଙ୍ଗ ପଦାସାହି ପ୍ରାଥମିକ ବିଦ୍ୟାଳୟର ଏହି ଚିତ୍ର ଗ୍ରାମାଞ୍ଚଳରେ ଆମ ପ୍ରାଥମିକ ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାର ବସ୍ତବତାକୁ ପଦାରେ ପକାଇଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ