ପ୍ରାଣୀ ସମ୍ପଦ ଚାଷୀମାନେ ସ୍ୱାବଲମ୍ବୀ ହେବା ପାଇଁ ଗୋପାଳନ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିର ଅନୁଷ୍ଠିତ

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ସ୍ଥାନୀୟ ଏସବିଆଇ ଆରସେଟି ଫୁଲବାଣୀ ଠାରେ ଗତ ତା-୧୩ / ୧୪ ତାରିଖ ଦୁଇ ଦିନିଆ ଗୋପାଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ୍ ଶିବିର ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଆକାଂକ୍ଷା ଜିଲ୍ଲା ଅଧୀନସ୍ଥ କାର୍ଯ୍ୟକ୍ରମ ଜରିଆରେ ଏହା ସମାପନ ହୋଇଅଛି। ପ୍ରାଣୀ ସମ୍ପଦର ବିକାଶ ବିଭାଗର ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା ଡଃ ଅଳକା ପଟ୍ଟନାୟକଙ୍କ ବହୁ ସୁନ୍ଦର ଓ ଉର୍ନ୍ନତ ଶୈଳୀ ସଂଯୋଜନା ମାଧ୍ୟମରେ ମାନବ ସମ୍ବଳ ଅଧିକାରୀ ଭାବେ ଡଃ ସନ୍ତୋଷ କୁମାର ପଟ୍ଟନାୟକ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ରୋଗ ନିୟନ୍ତ୍ରଣ, ଡଃ ଦିଗବିଜୟ ଗିରି ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପ୍ରାଣୀ ମଙ୍ଗଳ, ଡଃ ରଞ୍ଜନ କୁମାର ସାହୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପ୍ରାଣୀ ଉତ୍ପାଦନ ଏବଂ ଡଃ ମନୋଜ କୁମାର ସାହୁ ଉପ ନିର୍ଦ୍ଦେଶକ ଫୁଲବାଣୀ ପ୍ରାଣୀ ଚିକିତ୍ସାଳୟ ରେ ଆଜି ଯୋଗ ଦେଇ ପ୍ରଶିକ୍ଷଣରେ ଭାଗ ନେଇଥିବା ବାଲିଗୁଡ଼ା ସ୍ଥିତ ଗୋପାଳକ ଚାଷୀମାନଙ୍କୁ ବିଭିନ୍ନ ଅଧିଵେଶନ ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ। ପ୍ରଶିକ୍ଷଣର ଦ୍ଵିତୀୟ ଦିବସରେ ଚିପିଲିମା ସ୍ଥିତ ପ୍ରାଣୀ ସମ୍ପଦ ପ୍ରଜନନ ଫାର୍ମ ଠାରେ ଚାଷୀ ମାନଙ୍କର ଏକସପୋଜର ଭିଜିଟ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଏହାର ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଉନ୍ନତ ମାନର ଦୁଧିଆଳୀ ଗାଈ ଯୋଗାଇ ଦେବାର ଯୋଜନା ରହିଛି, ଯାହା ଦ୍ଵାରା ନିଶ୍ଚିତ ରୂପେ ଚାଷୀ ମାନଙ୍କର ଜୀବନ ଜୀବିକାର ମାନଦଣ୍ଡ ଉନ୍ନତି ଘଟିବା ସହିତ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ବିଭାଗ ଆଶା ବ୍ୟକ୍ତ କରିଅଛି। ପ୍ରାଣୀ ହିକିତ୍ସା ବିଭାଗ ର ପ୍ରୋଗ୍ରାମ ଅଫିସର ଡ଼ଃ ଶ୍ରୀମତୀ ଅଳକା ପଟନାୟକ ଙ୍କ ଦୂର ଦୃଷ୍ଟି ସମ୍ପର୍ଣ୍ଣ, ଓ ନୂତନ ଜ୍ଞାନ କୌଶଳଭିତିକ ପ୍ରାଣୀ ସମ୍ପଦର ସୁରକ୍ଷା କରାଯାଇପାରିବ ସହିତ ବିଶେଷ କରି ଗ୍ରାମାଞ୍ଚରେ ବସବାସ କରୁଥିବା ଆଗ୍ରହୀ ଚାଷୀ କୁକୁଡ଼ା ଛେଳି ଭଳି ପ୍ରାଣୀମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇ ପାରିବ, ଓ ଚାଷୀଭାଇ ମାନଙ୍କର କିଭଳି ନୂତନ ପ୍ରେରଣା ଓ ଏଭଳି ଚାଷ କରିବା ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ସେଥିପ୍ରତି ତୀକ୍ଷଣ ନଜର ରଖି ଚାଷୀ ଭାଇମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ | ଗୋ ପାଳନ ଭଳି ଏଜ ମହତ କାର୍ଯ୍ୟ କରିବା ସହିତ ଶ୍ରୀମତୀ ଡ଼ଃ ଅଳକା ପଟ୍ଟନାୟକ ଚାଷୀ ଭାଇ ମାନଙ୍କୁ ପ୍ରେରଣା ଦେବାସହିତ ସବୁବେଳେ ଚାଷୀଭାଇ ମାନଙ୍କ ସହିତ ଅଛନ୍ତି ଓ ଆଗକୁ ବି ଏମିତି ରହିଥାଇ ସମସ୍ତ ପ୍ରକାର ସୁବିଧା, ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ | ଡ଼ଃ ଶ୍ରୀମତୀ ଅଳକା ପଟନାୟକ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ଭାବେ ବହୁଦିନ ହେବ ସୁଚାରୁରୂପେ କାର୍ଯ୍ୟ ତୁଲାଇଆସୁଛନ୍ତି, ଏବଂ ଜିଲ୍ଲାତ ଦୁର୍ଗମ ଅଂଚଳ ମାନ ଗସ୍ତ କରି ପ୍ରାଣୀ ସମ୍ପଦ ପାଳକ ବା ଗୋପାଳନ କରୁଥିବା ଚାଷୀ ଭାଇ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିଥାନ୍ତି ଏବେ ପ୍ରାଣୀସମ୍ପଦ ବିଭାଗ କନ୍ଧମାଳ ର ଉତ୍ତରତୋର ଉର୍ନନ୍ତି କରାଇବା ସହିତ କ୍ଷୁଦ୍ର ଗୋପାଳକ ମାନଙ୍କର ଆର୍ଥିକ ମାନ ଦଣ୍ଡ କିଭଳି ବୃଦ୍ଧି ପାଇବ ସେଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ଆମ ପ୍ରତିନିଧି ଆଗରେ ପ୍ରକାଶ କରିଥିଲେ|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ