ଡୁମାକୁମ୍ପା ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବ୍ଳକ ଡୁମାକୁମ୍ପା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛିଏଥିରେ ସରପଞ୍ଚ ପ୍ରତିନିଧି ପ୍ରତାପ ନାୟକ, ପି.ଓ ରବୀନ୍ଦ୍ରନାଥ ପାଣିଗ୍ରାହୀ,ସୁପର ଭାଇଜର ମଳୟ ମଞ୍ଜରୀ ମୁନି ,ସି.ଆର୍.ସି.ସି ତ୍ରିନାଥ ବେହେରା, ଏ.ଏନ୍.ଏମ୍ ଦୀପ୍ତି ରେଖା ପାତ୍ର ଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ ଯୋଗ ଦେଇ ପ୍ରତି ତିନି ମାସରେ ଅନୁଷ୍ଠିତ ହେଉଥିବା ଏହି “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏଥରର ଥିମ୍ ଥିଲା “ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚାଲାଣ ରୋକିବା ” ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ସଭିଁଏ ନିଜ ନିଜ କାର୍ଯ୍ୟ କ୍ଷେତ୍ର ପରିସରରେ ଏହି କୁତ୍ସିତ ପ୍ରଥା କୁ ରୋକିବା ସହ ଶିଶୁମାନେ କିପରି ନିଜର ଅଧିକାର ପାଇବେ ଓ ଅଠର ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିବେ ଆଉ ବିଦ୍ୟାଳୟ ଗୁଡିକରେ ଡ୍ରପ ଆଉଟ ସମସ୍ୟା ରହିବ ନାହିଁ ସେଥିପାଇଁ ସଭିଁଏ ଗୁରୁତ୍ବର ସହ ନିଜ କର୍ତ୍ତବ୍ୟ ସଂପାଦନ ପାଇଁ ମତ ପ୍ରକାଶ ପାଇଥିଲା ନିଜ ଅଧିନରେ ଆସୁଥିବା ଗ୍ରାମ ଗୁଡିକରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ପାଇଁ ସ୍ବଚ୍ଛତା ରାଲି ଓ ସଚେତନତା ସୃଷ୍ଟି କରିବାକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଶେଷରେ ଅଙ୍ଗନୱାଡି କର୍ମୀ ବିନତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ