ରୋଟାରୀ କ୍ଲବ ପକ୍ଷରୁ ନେସନ ବିଲ୍ଡର ଆୱା଼ର୍ଡ଼ ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ନେସନ ବିଲ୍ଡର ଆୱା଼ର୍ଡ଼ ପ୍ରଦାନ କାର୍ଯ୍ୟକ୍ରମ କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ କ୍ଲବ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ମୋହନ ସୂତାର ଏଥରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରୋଟାରୀ କ୍ଲବ କେବଳ ସମାଜସେବାରେ ସୀମିତ ନ ରହି ଏଭଳି ପ୍ରତିଭାଧାରୀଙ୍କୁ ଉଚିତ ମୂଲ୍ୟାଙ୍କନ କରିବା ବେଶ ସାଧୁ ଉଦ୍ୟମ ବୋଲି କହିଥିଲେ । କ୍ଲବର ସଭାପତି ଇଂ ସୌରଭ ବେହେରା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ନେସନ ବିଲ୍ଡର ଆୱା଼ର୍ଡ଼ ପ୍ରଦାନ କାର୍ଯ୍ୟକ୍ରମର ଚେୟାରମ୍ୟାନ ଶିକ୍ଷାବିତ ଡ. ପଙ୍କଜ ଜେନା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଜିଲାର ୧୨ ଗୋଟି ବ୍ଲକ ସମେତ ପୌରାଞ୍ଚଳରୁ ବିଭିନ୍ନ ବିଦ୍ୟାଳୟର ୨୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୈକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରିଆନ ଲକ୍ଷ୍ମୀପ୍ରିୟା ଜେନା ଏଥିରେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କ୍ଲବର ସମ୍ପାଦକ ସୁଖମୟ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାତୃଦତ ଦାସ, ଯୋଗେଶ ସାହା, ପ୍ରଭାତ ରଞ୍ଜନ ଜେନା, ଡ. ଶ୍ରୀମାନ ଶ୍ରୀଚନ୍ଦନ, ଡ. ମନୋରଂଜନ ଦାସ, ସୁବ୍ରତ କର, ଯଶୋଦା ନନ୍ଦନ ଆଶ, ସୁକୁମାର ରଣା, ବିଷ୍ଣୁଦାସ କୁଣ୍ଡୁ, ଭି ଉଦୟ କୁମାର, ଭୋଳାନାଥ ବେହେରା, ରାଧାକରଣ ବିଶ୍ୱାଳ, ସଲମ ଶୁଭା ସାହା, ସପନ ମହାପାତ୍ର, ସୁଜାତା ପଟ୍ଟନାୟକ, ଡ.ଶିରୀଶ ଚନ୍ଦ ଜେନା, ଭାବଗ୍ରହୀ ମହାନ୍ତି, କ୍ଷେତ୍ରମୋହନ ମହାପାତ୍ର, ବିକ୍ରମଜିତ କର, ସତ୍ୟନାରାୟଣ ନନ୍ଦ, ସତୀଶ ଅଗ୍ରୱାଲ, ପଦାରବିନ୍ଦ ମହାପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ