ଏଣ୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଏଣ୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କଂସାର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପରିଡା, ଗ୍ରାମ୍ୟ ଶିକ୍ଷା କମିଟିର ସଭାପତି ମାନସ କୁମାର ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ଦେବେନ୍ଦ୍ର ଜେନା, ମାନସୀ ଜେନା, ନିର୍ମଳା ଜେନା, ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପରିଡା, ଶିକ୍ଷକ ଅରୂପାନନ୍ଦ ରାଉତରାୟ, ଜୀତେନ୍ଦ୍ର ପ୍ରସାଦ ତ୍ରିପାଠୀ, ସୁନାକର ବେହେରା, ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


