କଳିଗାଁର ପୁର୍ବତନ ସରପଞ୍ଚଙ୍କ ସ୍ମୃତିସଭା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ପୁର୍ବତନ ସରପଞ୍ଚ , ତଥା ବରିଷ୍ଠ ବିଜେଡି ନେତା ବାବାଜି ଚରଣ ଚଇନିଙ୍କ ସ୍ମୃତିସଭା ଅନୁଷ୍ଠିତ ହେଇଯାଇଛି । ଏଥିରେ ଘସିପୁରାର ବିଧାୟକ ବଦ୍ରିନାରାୟଣ ପାତ୍ର, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଅଭିମନୁ୍ୟ ସେଠୀ, ପୁର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ, ପୁର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ବରାଳ, ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ରବିନ୍ଦ୍ର କୁମାର ସାମଲ, ବିଶ୍ୱନାଥ ନାୟକ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ରାଉତ, ସତ୍ୟାନନ୍ଦ ମିଶ୍ର, ଜିଲ୍ଲା ଯୁବ ବିଜେଡିର ସମ୍ପାଦକ ଦିପ୍ତି ରଞ୍ଜନ ଦାସ, ବରଦା ପ୍ରସନ୍ନ ନାୟକ, ଜଗବନ୍ଧୁ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୂଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଜଣାଇବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ସେ ଅଭିଭକ୍ତ ଓରାଳି ପୟ୍ଚାୟତର ସରପଞ୍ଚ ଥିବାବେଳେ କଳିଗାଁ ପଞ୍ଚାୟତରେ ମଧ୍ୟ ସରପଞ୍ଚ ଭାବେ କାର୍ଯ୍ୟକରି ଲୋକଙ୍କର ନିକଟତର ହୋଇପାରିଥିଲେ । ଏପରିକି କଳିଗାଁକୁ ଏକ ପଞ୍ଚାୟତ ଭାବେ ଗଠନ କରିବାରେ ତାଙ୍କର ଭୁମିକା ଗୁରୁତ୍ୱପୁର୍ଣ୍ଣ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।