ନାରାୟଣଙ୍କ ମୃତ୍ୟୁ ପରେ ନେତ୍ରଦାନ କଲେ ପରିବାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ଗ୍ରାମର ଇଂ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଭୁବନେଶ୍ୱରସ୍ଥିତ ଏଲ.ଭି. ପ୍ରସାଦ ଆଇ ଇନଷ୍ଟିଟ୍ୟୁଟର ଦୃଷ୍ଟି ଦାନ ଆଇ ବ୍ୟାଙ୍କକୁ ନାରାୟଣଙ୍କ ଦୁଇଟି ନେତ୍ର ଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୨ତାରିଖରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧିନ ଥିବା ଅବସରପ୍ରାପ୍ତ ଇଞ୍ଜିନିଅର ନାରାୟଣ ଚନ୍ଦ୍ର ମହାନ୍ତିଙ୍କର ୬୭ବର୍ଷ ବୟସରେ ମସ୍ତିଷ୍କାଘାତ (ବ୍ରେନଷ୍ଟ୍ରୋକ)ରେ ପରଲୋକ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିବା ତାଙ୍କ ଭାଇ, ପତ୍ନୀ, ପୁଅ ଏବଂ ଝିଅ ନାରାୟଣଙ୍କ ଶେଷ ଇଛା ଅନୁଯାୟୀ ତାଙ୍କର ଚକ୍ଷୁ ଦୁଇଟିକୁ ଏଲ.ଭି. ପ୍ରସାଦ ଆଇ ଇନଷ୍ଟିଟ୍ୟୁଟର ଦୃଷ୍ଟି ଦାନ ଆଇ ବ୍ୟାଙ୍କକୁ ଦାନ କରିଥିବା ତାଙ୍କ ଭାଇ ଶୁଭ୍ରାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ