ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୦୯ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ 

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡ଼ିଶା ନାଟକ ଏକାଡେମୀ ଓ ନରେନ୍ଦ୍ରପୁର ମିଳିତ ଆନୁକୂଲ୍ୟ ରେ ବୁଧୁବାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ଠାରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୦୯ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ବରିଷ୍ଠ ଗବେଷକ ବିଘ୍ନେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ପଦ୍ମଶ୍ରୀ ଭଗବାନ ସାହୁ ଗୁଣଗାନ କରିବା ସହ ତାଙ୍କର ଅତୀତ କଥା ସ୍ମରଣ କରିଥିଲେ l ମୁଖ୍ୟ ଵକ୍ତା ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ସମ୍ମାନିତ ଅତିଥି ଭାବେ ଅତିଥି ଭାବରେ ଜୀତେନ୍ କୁମାର ପରିଡ଼ା ,ଭଗବାନ ସାହୁ ଙ୍କ କନିଷ୍ଠ ପୁତ୍ର ଅବସପ୍ରାପ୍ତ ଶିକ୍ଷକ କିଶୋର କୁମାର ସାହୁ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଅନିଲ କୁମାର ପାତ୍ର ଏବଂ ଆଲୋକ କୁମାର ବିଷୋୟୀ, ଓଡିଶା ସଙ୍ଗୀତ ନାଟକ ଏକାଡେ଼ମୀ ଉପ -ସଭପତି ମନ୍ମଥ କୁମାର ଶତପଥୀ , ନରେନ୍ଦ୍ରପୁର ଲୋକ ନୃତ୍ୟ କେନ୍ଦ୍ର ର ସମ୍ପାଦକ ତଥା ସ୍ବର୍ଗତ ଭଗବାନସାହୁ ଙ୍କ ଶିଷ୍ୟ ରାଜେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରେ ପଦ୍ମଶ୍ରୀ ଭଗବାନ ସାହୁ ଙ୍କୁ ଜୀବନୀ ଲୋକନୃତ୍ୟ ଓ ଲୋକକଳା ବିଷୟରେ ଦେଶ ବିଦେଶ ରେ କ୍ଷତି ଅର୍ଜନ କରିଥିବା ବିଷୟରେ ଆଲୋକ ପାତ କରି ବର୍ଣ୍ଣନା କରିଥିଲେ । ଆସନ୍ତା ବର୍ଷ କୁ କିପରି ଭାବରେ ପଦ୍ମଶ୍ରୀ ଭଗବାନ ସାହୁ ଙ୍କ ପ୍ରତିମୃତି ସ୍ଥାପନ କରାଯିବ ସେଥିପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ବହୁ କଳାକାର ମାନଙ୍କୁ ସମ୍ମାନିତ କରାଯିବାସହ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ ଓ ଉପଢ଼ୌକନ ପ୍ରଦାନ କରାଯାଇ ଥିଲା । ପ୍ରାରମ୍ଭରେ ସପ୍ତରଙ୍ଗ କଳାକେନ୍ଦ୍ର ନିର୍ଦ୍ଦେଶକ ନାରାୟଣ ନାହାକ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭୂପତି ସାହୁ , ରାମଚନ୍ଦ୍ର ଗୌଡ , ଦେବରାଜ ଗୌଡ , ବାବୁଲା ବେହେରା , ପ୍ରଫୁଲ୍ଲ କୁମାର ବେହେରା , ରାଜେନ୍ଦ୍ର ପ୍ରସାଦ ପାତ୍ର , ଶରତ ଚନ୍ଦ୍ର ମହାପାତ୍ର , ସତ୍ୟବାଦୀ ବେହେରା ଓ ପଦ୍ମଶ୍ରୀ ଭଗବାନ ସାହୁ ଙ୍କ ଶିଷ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ