ରୋଟାରି କ୍ଳବ ପରିସର ରେ ହୃଦ ରୋଗ ଚିକିତ୍ସା ଶିବିର ଆୟୋଜିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ରୋଟାରି କ୍ଳବ ପରିସରରେ ଛତ୍ରପୁର ରୋଟାରି କ୍ଳବ ଓ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ହୃଦ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ l ଛତ୍ରପୁର ରୋଟାରି କ୍ଳବର ସଭାପତି ତଥା 20ନଂ ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିର ରେ ରକ୍ତ ଚାପ, ମଧୁମେହ ଓ ଇସିଜି ଭଳି ବିଭିନ୍ନ ପରୀକ୍ଷା କରାଯାଇଥିଲା l ଏଥିରେ ଆପୋଲୋ ହସ୍ପିଟାଲ ର ଡାକ୍ତର ସଚ୍ଚିଦାନନ୍ଦ ଯୋଗ ଦେଇ ଥିଲେ l ଏହି ଶିବିର ରେ ଛତ୍ରପୁର ଏବଂ ଆଖ ପାଖ ଅଞ୍ଚଳର ଶହେ ରୁ ଉର୍ଦ୍ଧ୍ୱ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ରୋଟାରୀୟାନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ପଦ୍ମ ଚରଣ ସାହୁ, ପ୍ରସନ୍ନ କୁମାର ପତି, ସୁରଜିତ ସାମନ୍ତରାୟ, ନିରଞ୍ଜନ ପାତ୍ର, ବିଘ୍ନେଶ୍ୱର ରଥ, ଇଂ.ରାଜ କିଶୋର ବଲ୍ଳଭ, ନିରୋଦ ଚନ୍ଦ୍ର ନାୟକ, ରମଣି ରଂଜନ ସାହୁ ଓ ସ୍ମରପ୍ରିୟା ପଲାଇ ଙ୍କ ସମେତ ବହୁ ରୋଟାରୀୟାନ ମାନେ ପରିଚାଳନା କରିଥିବା ବେଳେ ଆପୋଲୋ ହସ୍ପିଟାଲ ର ସଂଯୋଜକ ଅଶୋକ କୁମାର ଜେନା ସଂଯୋଜନା କରିଥିଲେ l