ସ୍ୱାମୀ ସମ୍ମୁଖରେ ମହିଳାଙ୍କୁ ଗଣବଳତ୍କାର
ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସ୍ୱାମୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ କରାଯାଇଥିବା ଗଣ ଦୁଷ୍କର୍ମ ମାମଲାରେ ବାଲେଶ୍ୱର ପୁଲିସ ୨ଜଣ ନାବାଳକଙ୍କ ସମେତ ୪ ଜଣ ଯୁବକଙ୍କୁ ଗିରିଫ କରିଛି । ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ନାବାଳକଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ଗିରଫ ୪ ଯୁବକ ହେଲେ ଶୋଭାରାମପୁର ଅଞ୍ଚଳର ସୋନୁ ସାହୁ ଓରଫ ଦେବନ୍ଦ୍ରେ ସିଂ, ଗୋଧିବସା ଅଞ୍ଚଳର ବାପୁନୁ ଓରଫ କନକ ସିଂ, କାର୍ତ୍ତିକ ଓରଫ ବୁଲା ସାହୁ, ଡୁମା ଓରଫ ସଲଖା ମୁର୍ମୁ । ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଏକ ଦମ୍ପତ୍ତି ୧୮ ତାରିଖ ବିଳମ୍ବିତ ରାତିରେ କିଛି ଶ୍ରମିକଙ୍କୁ ସେମାନଙ୍କ ଘରେ ଛାଡ଼ି ଫେରୁଥିବା ବେଳେ ଅରଡ଼ବଜାର ନିକଟରେ ସେମାନଙ୍କୁ ଅଭିଯୁକ୍ତମାନେ ଅଟକାଇ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ସ୍ୱାମୀ/ସ୍ତ୍ରୀ ଜୀବନ ବିକଳରେ ପାଖରେ ଥିବା ଜଣଙ୍କ ଘରେ ଅତ୍ମଗୋପନ ପାଇଁ ଦୌଡ଼ୁଥିବା ବେଳେ ସେମାନଙ୍କୁ କାବୁ କରିନେଇଥିଲେ । ସ୍ୱାମୀଙ୍କୁ ପିଟି ପିଟି ବେହୋସ କରିବା ସହ ପତ୍ନୀଙ୍କୁ ଗୋଧିବସା ପାଖ ଏକ ପଡ଼ିଆକୁ ନେଇ ଦୁର୍ବୃତ୍ତମାନେ ଗଣ ବଳାତ୍କାର କରିଥିଲେ । ଏହି ଘଟଣାକୁ ନେଇ ୧୯ ତାରିଖ ସଂଧ୍ୟାରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୩୦୦/୨୦୨୨ ନଂର ମାମଲା ରୁଜୁ ସହ ୪୮ଘଣ୍ଟା ମଧ୍ୟରେ ୬ଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ୨୫୦୦ ଟଙ୍କା ଓ ମୋବାଇଲ ଆଦି ଜବତ କରାଯାଇଛି । ଡିଏସପି ମାନସ ଦେଓ, ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।