ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ବିଶ୍ଵ ଆଲଜିମର୍ସ ଦିବସ” ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି “ବିଶ୍ଵଆଲଜିମର୍ସ” ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇଗ୍ରାମପରିକ୍ରମା କରିଥିଲା ଏହିଶୋଭାଯାତ୍ରାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି କ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାରିକ ଏବଂ ପିଏଚଇଓ: ମମତା ପାଢ଼ୀ ଦିବସ ପାଳନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ଯେ , ଆଲଜିମର୍ସ ଏକପ୍ରକାରର ମାନସିକ ରୋଗ । ଏହି ଆଲଜିମର୍ଷ ରୋଗ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତକରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଅଛି ଜର୍ମାନୀର ମାନସିକ ରୋଗ ବିଶେଷଜ୍ଞ ଆଲଇସ ଆଲଜୀମର୍ଷ ପ୍ରଥମେ ଆଲଜୀମର୍ଷ ରୋଗ ସମ୍ପର୍କରେ ଉଲ୍ଲେଖ କରିଥିବା ଯୋଗୁଁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ମୁଖ୍ୟତଃ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ମଧ୍ୟରୁ ୬ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଶାରୀରିକ ଓ ମାନସିକ ବ୍ୟାୟାମ କରିବା ଦ୍ୱାରା ଏହି ରୋଗର ସଙ୍କଟ କମି ଯାଇଥାଏ ଏହି ଆଲଜୀମର୍ଷ ରୋଗର ରୋଗୀଙ୍କୁ ଓଜନ ନିୟନ୍ତ୍ରଣ ରଖିବାକୁ ମଧ୍ୟ ପରାମର୍ଶ ଦିଆ ଯାଇଥାଏ । ରୋଗୀ , ତାଙ୍କର ଯତ୍ନ ନେଉଥିବା ଲୋଙ୍କ ସାହାଯ୍ୟ ଉପରେ ହିଁ ଅଧିକ ନିର୍ଭର କରିଥାନ୍ତି । ବ୍ୟାୟାମ କରିବା ଦ୍ଵାରା ଦୈନନ୍ଦିନ କାର୍ଯ୍ୟରେ ଆଲଜୀମର୍ଷ ରୋଗୀଙ୍କ ଉନ୍ନତି ପରିଲକ୍ଷିତ ହୋଇଥାଏ । ତେଣୁକରି ଏହି ରୋଗ ସମ୍ପର୍କରେ ଅଧିକ ଜନସଚେତନତା କରିବା ଜରୁରୀ ବୋଲି କହିଥିଲେ ।ଏହି ଦିବସ ପାଳନ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମିଲନ ଅଧିକାରୀ , ଡ଼ାଃ ଲିପସା ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ