ଶ୍ୱାସରୁଦ୍ଧ କରି ମାରିବା ଅପେକ୍ଷା ବିସ୍ପୋରଣ କରି ମାରିଦିଅ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ କମିବାର ନାଁ ଧରୁନାହିଁ । ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ଜଟିଳ ହୋଇଯାଉଛି । ଅନ୍ୟ ପଟେ ଉତ୍ତରପ୍ରଦେଶ ,ହରିୟାଣା, ପଂଜାବ ସ୍ଥାନ ଗୁଡିରେ ଚାଷ ଜମିର ଅବଶିଷ୍ଟାଶ୍ଂ ନପୋଡିବା ନିମନ୍ତେ ସୁପ୍ରିମକୋର୍ଟଙ୍କ କଡା କଟକଣା ସତ୍ତ୍ୱେ ଏହାକୁ କେହି ପାଳନ କରୁନାହାନ୍ତି । ଏଥିସହ ରାଜ୍ୟ ସରକାରଙ୍କୁ କୋର୍ଟ ଦୃଢ ଭାଷାରେ ଭତ୍ସନା କରିଛନ୍ତି ।ଦିଲ୍ଲୀରେ ଦ୍ରୁତ ଗତିରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଅଦାଲତ ସଲିସିଟର ଜନେରଲଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ଲୋକଙ୍କୁ ଗ୍ୟାସ୍ ଚ୍ୟାମ୍ବରରେ ଶ୍ବାସରୁଦ୍ଧ କରି ମାରିବା ଅପେକ୍ଷା ବିସ୍ଫୋରଣ କରି ଏକାଥରେ ମାରିଦିଅ। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀ ଅବସ୍ଥା ନର୍କ ଠାରୁ ବି ହୀନ ବୋଳି କହିଛନ୍ତି । ଏଥିସହ ଦିଲ୍ଲୀରେ ଚାଲୁଥିବାକଳକାରଖାନା ଗୁଡିକର ପକାଉଥିବା ପ୍ରଭାବର ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ନିଦେର୍ଶ ଦେଇଛନ୍ତି। ଏଥିସହ ୧୦ ଦିନ ଭିତରେ ବାୟୁ ପ୍ରଦୂଷଣ ବିଷୋଧନ ପାଇଁ ବ୍ଲୁପ୍ରିଣ୍ଟ ଉପସ୍ଥାପନା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।