ପାରଳାଖେମୁଣ୍ଡିରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗକୁ ନେଇ ରାଜ୍ୟ ସଂସ୍କୃତି ମନ୍ତ୍ରାଳୟ ବିଭାଗରେ ବିଚାର ଆଲୋଚନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ ଏକ ଚିଠି ଆଧାରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଚିଠି ୧୫-୯-୨୦୨୨ ଦ୍ବାରା ଭାରତୀୟ ଇତିହାସ ଗବେଷଣା ପରିଷଦକୁ ପାରଳାଖେମୁଣ୍ଡିରେ ହୋଇଥିବା ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଉପରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କୋରାଯାଇଛି।ଏହି ପୂର୍ବରୁ ଏହି ପ୍ରସଙ୍ଗରେ ମହାମାନ୍ୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡିଶା ସରକାରଙ୍କୁ ଚିଠି ଆସିଥିଲା , ଯାହା ଉପରେ ରାଜ୍ୟ ସଂସ୍କୃତି ବିଭାଗରେ ବିଚାର ଆଲୋଚନା ଚାଲିଥିବା ଜଣାଯାଏ।ବିଶିଷ୍ଟ ଐତିହାସିକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଲିଖିତପାରଳାର ଲଲାମ-ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପୁସ୍ତକରେ ଦର୍ଶାଯାଇଛି ଯେ, ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ (୧୭୩୬–୧୭୭୦) ଇଂରେଜ ମାନଙ୍କୁ ପ୍ରଥମେ ଗଞ୍ଜାମ ସୀମାରେ ୧୭୬୭ ରେ ପ୍ରତିରୋଧ କରିଥିଲେ ।ଯାହା ତାଙ୍କ ଦାୟାଦ , ସାମନ୍ତ (ବିଷୋୟୀ) ଦୋରା ଶବର ତଥା ପ୍ରଜାମାନେ ୧୮୩୪ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୬୭ ବର୍ଷ ଯାଏଁ ଚଳାଇ ରଖିଥିଲେ।ଏହି ସମୟମଧ୍ୟରେପାରଳାଖେମୁଣ୍ଡି ରାଜ୍ୟରଦକ୍ଷିଣ-ପଶ୍ଚିମାଞ୍ଚଳକୁ ସ୍ୱାଧୀନ କରାଯିବା ସହ ବିଶାଖାପାଟଣାରେ ଏକ ସିପାହୀ ବିଦ୍ରୋହର ସୂତ୍ରପାତ କରାଯାଇପାରିଥିଲା ଦେଶୀୟ ସିପାହୀ ମାନଙ୍କ ଗୁଳିରେ ଛଅ ଜଣ ଉଚ୍ଚ ସେନାଧିକାରୀଙ୍କ ମୃତ୍ୟୁ ହେବା ସହ ସେଠିକାର ଗଭର୍ଣ୍ଣର୍ କାସ୍ ମାଜରଙ୍କୁ ବନ୍ଦୀ କରାଯାଇ ଟ୍ରେଜୋରୀ ଲୁଟ କରାଯାଥିଲା। ଏତେ ସବୁ କାଣ୍ଡକରି ବିଦ୍ରୋହୀ ମାନେ ପାରଳାହେମୁଣ୍ଡି କୁ ଫେରିଆସିଥିଲେ।ସଂଗ୍ରାମର ପରବର୍ତ୍ତୀ ଅବସ୍ଥାରେ ୟୁରୋପୀୟ ଲେଫ୍ଟନାଣ୍ଟ ୟଙ୍ଗସନଙ୍କୁ ବନ୍ଦୀ , ଅନ୍ୟ ଜଣେ ଲେଫ୍ଟନାଣ୍ଟ ସିରାଜଙ୍କ ଏବଂ ୟୁରୋପୀୟ ସେନାରେ ନେତୃତ୍ବ ନେଉଥିବା ମେଜର ବକ୍ସରଙ୍କୁ ପାରଳାର ବିଦ୍ରୋହୀ ମାନେ ହତ୍ୟା କରିଥିଲେ।ଏଥିପାଇଁ ବିଦ୍ରୋହୀ ମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀଦଣ୍ଡ , ୧୦୩ ଜଣଙ୍କୁ ରାଜବନ୍ଦୀ ଓ ୨୫ ଜଣଙ୍କୁ କଳାପାଣି ଦଣ୍ଡ ହୋଇଥିବା ବିଷୟ ଶ୍ରୀ ମହାପାତ୍ର ଉକ୍ତ ପୁସ୍ତକରେ ପ୍ରମାଣ ସହ ଦର୍ଶାଇ ଅଛନ୍ତି। ପାରଳାଖେମୁଣ୍ଡି ର ଏହି ଦୀର୍ଘକାଳୀନ ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ସହ ସହୀଦ ମାନଙ୍କ ସ୍ମୃତି ରକ୍ଷା କରିବାକୁ ପାରଳାର ବୃଦ୍ଧିଜୀବୀ ଦାବି କରି ଆସୁଛନ୍ତି।କେନ୍ଦ୍ର ଓ ଆମ ରାଜ୍ୟରେ ବର୍ତ୍ତମାନ ଏଥିର ବିଚାର ହେଉଥିବା ଜାଣି ଏଠାରେ ଆନନ୍ଦ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ