ନବମାତୃକା ପୂଜା-୨୦୨୨ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ନବରାତ୍ର ସମୟରେ ଭୁବନେଶ୍ୱରସ୍ଥିତ “ଆର୍ଯ୍ୟସମାଜ” ପରିସରରେ ନବମାତୃକା ପୂଜା ଅଭ୍ୟର୍ଥନା କମିଟି, ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ଓ ବାଲେଶ୍ୱରୀ କଳାକେନ୍ଦ୍ରର ମିଳିତ ଉଦ୍ୟମ ତଥା ସହିଦନଗରସ୍ଥିତ ଆର୍ଯ୍ୟସମାଜର ସହଯୋଗରେ ଏହାର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବମାତୃକା ପୂଜା ଅଭ୍ୟର୍ଥନା କମିଟିର ଆବାହିକା ଓ ଶତଭିଷାର ସମ୍ପାଦିକା ଡ଼ଃ ଶକୁନ୍ତଳା ବଳିଆରସିଂହ ସ୍ୱାଗତ ଭାଷଣ ଦେଇଥିଲେ । ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ଅଭିନନ୍ଦିତ ମାଆମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ । କମିଟିର ଉପଦେଷ୍ଟା ପ୍ରଫେସର ଡଃ ସଂଘମିତ୍ରା ମିଶ୍ର କମିଟିର ଆଭିମୁଖ୍ୟ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରି କହିଥିଲେ ଯେ, ସମାଜରେ ଯେଉଁ ମହିୟସୀ ମା’ମାନଙ୍କର ତ୍ୟାଗ ଓ ତପସ୍ୟାର ଫଳ ଆମେ ଭୋଗ କରୁଛୁ, ପ୍ରତୀକାତ୍ମକ ଭାବରେ ସେହିମାନଙ୍କ ମଧ୍ୟରୁ ୯ଜଣ ମା’ଙ୍କୁ ଅର୍ଚ୍ଚନା କରି କିଛିମାତ୍ରାରେ କୃତଜ୍ଞତା ପ୍ରଦାନ କରିବା ଆମର ଉଦ୍ଦେଶ୍ୟ । ଏହି ପରମ୍ପରା ଯୁବଗୋଷ୍ଠୀଙ୍କ ମାନସପଟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବ ବୋଲି କମିଟିର ଉପଦେଷ୍ଟା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଅଧ୍ୟାପକ ବିଶ୍ୱରଞ୍ଜନ ଓ କର୍ଣ୍ଣେଲ ଶରତ କୁମାର ମହାପାତ୍ର ପ୍ରମୁଖ ମତବ୍ୟକ୍ତ କରିଥିଲେ । ଇଞ୍ଜିନିୟର ପ୍ରିୟବତ ଦାସ ଓ ବେଦବିଦୂଷୀ ଶନ୍ନୋଦେବୀ ଓ ତାଙ୍କ ସାଥୀମାନେ ଆର୍ଯ୍ୟବତ୍ତ ଭାରତବର୍ଷରେ ବୈଦିକ ସଂସ୍କୃତି ସମନ୍ଧରେ ସୂଚନା ଦେବା ସଙ୍ଗେ ସଙ୍ଗେ ଯଜ୍ଞାନୁଷ୍ଠାନ କରିଥିଲେ । ଶିଳ୍ପୀ କେଶୁ ଦାସ ସପତ୍ନୀକ ଯଜ୍ଞକର୍ତ୍ତା ବରଣ ପୂର୍ବକ ଯଜ୍ଞାହୂତି ଦେଇଥିଲେ । ଡ଼ଃ ପ୍ରଭାବତୀ ପଣ୍ଡା, ଶ୍ରୀମତୀ ଆଶାଲତା ଦାଶ, ଡ଼ଃ ମିନାକ୍ଷୀ ପଣ୍ଡା, ସୁଶ୍ରୀ ଗୀତାଞ୍ଜଳି ସିଂହ, ସବିତାରାଣୀ ବେହେରା, ଡଃ ଗାୟତ୍ରୀ କର, ମିନତୀ ଦାଶ (ମାନି), ଲିତା ଦାଶ, ସଲିଳା ମହାନ୍ତିଙ୍କ ସହିତ ବୀରେନ୍ଦ୍ର କର, ବିକାଶ ପଣ୍ଡା, ସମ୍ପାଦକ, ‘ଆର୍ଯ୍ୟସମାଜ’ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
ଏହି ଅବସରରେ ପ୍ରଣମ୍ୟ ମାତୃମଣ୍ଡଳୀ ସୁସଂଗଠିକା ଓ ସ୍ୱେଚ୍ଛାସେବୀ ‘ପରୀ ମାଆ’ ମାନନୀୟା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ଭାଷାବିତ୍ ଓ ସମାଜସେବୀ ମାଆ ଡ. ବିଜୟଲକ୍ଷ୍ମୀ ମହାନ୍ତି, ସମାଜସେବୀ ମାଆ ଶ୍ରୀମତୀ ସାବିତ୍ରୀ ଚୌଧୁରୀ, ଚିକିତ୍ସିକା ଓ ସମାଜସେବୀ ମାଆ ଡାକ୍ତର ସେବା ମହାପାତ୍ର, ଶିକ୍ଷାବିତ୍ ଓ ସୁଗାୟିକା ମାଆ ଡକ୍ଟର (ଶ୍ରୀମତୀ) ପଦ୍ମାଳୟା ଗରାବଡ଼ୁ, ଲେଖିକା ମାଆ ଶ୍ରୀମତୀ ଅପର୍ଣ୍ଣା ମିଶ୍ର, ସୁଗୃହିଣୀ ମାଆ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି କର, ସୁଗୃହିଣୀ ଓ ସୁଲେଖିକା ମାଆ ଶ୍ରୀମତୀ ଉଷାରାଣୀ କାନୁନ୍ଗୋ, ସୁଗୃହିଣୀ ଓ ସମାଜସେବୀ ମାଆ ଶ୍ରୀମତୀ ରେଣୁବାଳା ମହାନ୍ତି ସମ୍ବର୍ଦ୍ଧିତ ହୋଇଥିଲେ । ସର୍ବଶ୍ରୀ ଡଃ ପ୍ରଭାତ କୁମାର ମିଶ୍ର, ଜଗଦାନନ୍ଦ, ପୀତବାସ ରାଉତରାୟ, ଭକ୍ତହରି ମହାନ୍ତି, ଝରଣା ପଟ୍ଟନାୟକ, ବିଜୟିନୀ ସିଂଦେଓ, ଶରତ ପ୍ରଧାନ, ସୌଦାମିନି ସ୍ୱାଇଁ, ଜ୍ୟୋସ୍ନାମୟୀ ତ୍ରିପାଠୀ, ଇନ୍ଦିରା ଦାଶ, କୁସୁମ ପଟେଲ, ଶାନ୍ତିଲତା ରଥ, ନିରୂପମା ଆଚାର୍ଯ୍ୟ, ଡଃ ବିଷ୍ଣୁପ୍ରିୟା ଓତା, ଗିରିଜା ମଞ୍ଜରୀ ପାଢୀ, ଶଶାଙ୍କ ମିଶ୍ର, ପ୍ରଫୁଲ୍ଲ କୁମାର ଦାସ, ଜ୍ୟୋର୍ତିମତି ସାମନ୍ତରାୟ, ଗୀତାରାଣୀ ପୁରୀ, ବିରଞ୍ôଚ ନାରାୟଣ ଶତପଥୀ, ସବିତା ଶତପଥୀ, ଡଃ ଇନ୍ଦିରା ଦତ୍ତ, ସୁଷମା ଲେଙ୍କା, ମିନାକ୍ଷୀ ରଉତରାୟ, ଶର୍ମିଷ୍ଠା ମହାପାତ୍ର, ସାଗରିକା ମହାପାତ୍ର, ସଂଘମିତ୍ରା ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଶତାଧିକ ଗୁଣୀଜ୍ଞାନୀ ବ୍ୟକ୍ତିବିଶେଷ ଏହି ନବମାତୃକା ପୂଜାରେ ଯୋଗ ଦେଇଥିଲେ । ସର୍ବଶେଷରେ କମିଟିର ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।