ଛତ୍ରପୁରର ଦୁଇ ଓଡିଶୀ ନୃତ୍ୟ ଗୁରୁଙ୍କୁ ମିଳିଲା ଗୁରୁ ପଦ୍ମ ଆୱାର୍ଡ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶୀ ନୃତ୍ୟ ଶିକ୍ଷାଦାନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଛତ୍ରପୁର ର ଦୁଇ ଓଡିଶୀ ନୃତ୍ୟ ଗୁରୁଙ୍କୁ ମିଳିଲା ଗୁରୁ ପଦ୍ମ ଆୱାର୍ଡ । ଭୁବନେଶ୍ୱର ର ଉତ୍କଳ ରଙ୍ଗ ମଂଚ ରେ କଲଚରାଲ ଡେଭଲପମେଂଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଗ୍ଲୋବାଲ କ୍ଲାସିକ ମେଗା ଡ୍ୟାନ୍ସ ଫେଷ୍ଟିଭାଲ ଉତ୍ସବରେ ଛତ୍ରପୁର ର ଓଡିଶୀ ନୃତ୍ୟ ଗୁରୁ ଅଳକା ସାହୁଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ନିଜ କଳାକୁ ପ୍ରଦର୍ଶନ କରି ବହୁ ପ୍ରତିଭାର ଅଧିକାରିଣୀ ଗୁରୁ ଦେବୀ କୁମାରୀ ପ୍ରଧାନଙ୍କୁ ମଧ୍ୟ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଦୁଇ ଗୁରୁଙ୍କ ନିର୍ଦ୍ଦେଶନାରେ ଛତ୍ରପୁର ସ୍ଥିତ ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ଓଡିଶୀ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ଏବଂ ବିଚାରକ ମାନଙ୍କ ମନ ମୋହିଥିଲେ । ପୂର୍ବରୁ ଏହି ଦୁଇ ଗୁରୁଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ଗୌରବ ଆଣିଛନ୍ତି । ଭୁବନେଶ୍ୱର ରେ ଆୟୋଜିତ ଏହି ଗ୍ଲୋବାଲ କ୍ଲାସିକ ମେଗା ଡ୍ୟାନ୍ସ ଫେଷ୍ଟିଭାଲ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯ।।ଇଥିବା ବେଳେ ଏହି ଦୁଇ ନୃତ୍ୟ ଗୁରୁଙ୍କୁ ମଧ୍ୟ ଗୁରୁ ପଦ୍ମ ଆୱାର୍ଡ ପ୍ରଦାନ କରି ସମ୍ମାନିତ କରାଯାଇଛି । ଏଣୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ