ଟ୍ରଲର ଧକ୍କାରେ ସାଇକେଲ ଆରୋହୀ ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଗ୍ରୀଡ ଛକ ନିକଟ ଜାତୀୟ ରାଜପଥରେ ଏକ ଏନ ଏଲ ୦୧ ଏ ଏ ୯୮୯୯ ନମ୍ବର ବିଶିଷ୍ଠ ଟ୍ରଲର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସୁରେନ୍ଦ୍ର ସେଠି (୫୮)। ଛତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଜବତ କରି ତଦନ୍ତ ଚଳାଇଛି । ଏନେଇ ଛତ୍ରପୁର ଥାନାରେ ୫୮୧/୨୨ ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି l ସୂଚନା ଅନୁସାରେ ଆଜି ସକାଳ ସମୟରେ ସାଇକେଲ ଆରୋହୀ ଜଣକ ଜାତୀୟ ରାଜପଥ ପାର ହେଉଥିବା ସମୟରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।


