ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ସହାୟତା ହାତବଢ଼ାଇଲା ପ୍ରଶାସନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପଞ୍ଚାୟତ ଲଛିବିଲ ସାହି ଗୋପାଳ ସ୍ୱାଇଁ( ୬୯) ଅସହାୟ ବୃଦ୍ଧ ଙ୍କୁ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ସହାୟତାର ହାତବଢାଇଛନ୍ତି। ଗୋପାଳ ଙ୍କ ସ୍ତ୍ରି ଆରପାରି ଚାଲିଯାଇଥିବା ବେଳେ ବଡ଼ପୁଅ କାଳୁ ଚରଣ ଭିନ୍ନକ୍ଷମ ହୋଇଥିବା ବେଳେ ସେ ଦୀର୍ଘ ୬ ବର୍ଷ ଧରି କେଉଁ ଆଡେ ଚାଲିଯାଇଛି। ସାନପୁଅ ବଳରାମ ସ୍ତ୍ରୀ ଏବଂ ଦୁଇ ଝିଅ ଙ୍କୁ ବାପାଙ୍କ ପାଖରେ ଛାଡ଼ି ୨ ବର୍ଷ ହେବ କେଉଁ ଆଡେ ଚାଲିଯାଇଛି। ଗୋପାଳ ଦୁଃଖ କଷ୍ଟରେ ପାଟପୁର ବସଷ୍ଟାଣ୍ଡ ରେ ବାଦାମ ବିକ୍ରୀ କରି ପରିବାର ଚଳାଉ ଥିଲେ। ଚିନ୍ତା ରେ ଭାଙ୍ଗିପଡିଥିଲେ। ବାରଣ୍ଡାରେ ଚେୟାର ଉପରେ ବସିଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗୋଡର ହାଡ଼ ଭାଙ୍ଗିଯାଇଥିଲା। ଆର୍ଥିକ ସମ୍ବଳ ଅଭାବ ଯୋଗୁଁ ମେଡିକାଲ ନନେଇ ଦେଶୀ ପଟି ବାନ୍ଧିଥିବା ବହୁ ଦୁର୍ଦ୍ଦିନରେ ଚାଲିଛନ୍ତି। ସାନ ବୋହୁ ଗୋପାଳଙ୍କ ସେବା କରୁଛନ୍ତି। ଏଭଳି ପରିସ୍ଥିତି ଦେଖି ଜିଲ୍ଲା ପରିଷଦ ପ୍ରତିନିଧି ଶଙ୍କର୍ଷଣ ସ୍ୱାଇଁ ବି ଡି ଓ, ତହସିଲଦାର ଙ୍କୁ ଜଣାଇ ଥିଲେ। ଆଜି ଗୋପାଳ ଙ୍କ ଘର କୁ ତହସିଲଦାର ଡ଼ା ଶ୍ରୀନିବାସ ବେହେରା ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଯାଇ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗୋପାଳ ଙ୍କୁ ଯଥା ଶୀଘ୍ର ବ୍ରହ୍ମପୁର ବଡ ମେଡିକାଲ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସହାୟତା ବେଳେ ସଙ୍କର୍ଶଣ ସ୍ୱାଇଁ ରାଜସ୍ଵ ନୀରିକ୍ଷକ ଅନ୍ତରଜ୍ୟାମିି ସ୍ୱାଇଁ ଗ୍ରାମବାସୀ ଉପସ୍ଥିତ ଥିଲେ।


