ବସ୍ ଡ୍ରାଇଭରଙ୍କ କାମ ଖିଆଲୀ ଡ୍ରାଇଭିଂ ଯୋଗୁଁ ବସ୍ ଦୁର୍ଘଟଣା ଗ୍ରସ୍ତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରା. ଉଦୟଗିରି ନିକଟସ୍ଥ ବାଦପୁର ଛକ ନିକଟରେ ପାରଳାଖେମୁଣ୍ଡି ରୁ ରା. ଉଦୟଗିରି ଦେଇ ମୋହନା କୁ ଯାଉଥିବା ଯାତ୍ରୀବାହି ବିକ୍ରନ୍ତ ଓ ଅମ୍ବିକା ଵସ୍ ନଂ – OD20B 4941 ସହ ଅନ୍ୟ ଏକ ଯାତ୍ରୀ ବାହୀ ଗାଡ଼ି ନଂ OD7x8141 ପଞ୍ଚପଟ ଦ୍ରୁତ ଗତିରେ ଆସି ଧକ୍କା ଦେବା ଫଳରେ ପାରଳାଖେମୁଣ୍ଡି ରୁ ବ୍ରହ୍ମପୁର ଯାଉଥିବା ଗାଡ଼ି ଡ୍ରାଇଭ ସାମ୍ନା ରେ ଥିବା କାଚ ଭାଙ୍ଗି ଯାଇଥିବା ଜଣାପଡିଛି I ଯାହାଫଳରେ ଉଭୟ ଯାତ୍ରୀ ବାହୀ ଵସ୍ ରେ ବସିଥିବା ଦୁଇଶହ ରୁ ଉର୍ଦ୍ଧ ଯାତ୍ରୀ ମାନେ ଆତଙ୍କିତ ହୋଇ ଦୁର୍ଘଟଣା ସ୍ଥଳେ ଉଲ୍ଲାଇ ଉଭୟ ଡ୍ରାଇଭର ଷ୍ଟାଫ ଗଣ୍ଡଗୁଳ କୁ ନିରୀକ୍ଷଣ କରିବା ସହ ଡ୍ରାଇଭେର ମାନଙ୍କ ଅସାଵଧାନତା ଗାଡ଼ି ଚଳାଉଥିବା ଦେଖି ଵସରେ ବସିଥିବା ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି I