ମା ବୁଢ଼ୀ ଠାକୁରାଣୀ ଙ୍କ ଦକ୍ଷିଣା ହୁଣ୍ଡି ଲୁଟିଲେ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ସର୍ବପୁରାତନ ଶକ୍ତି ପୀଠ ମା ବୁଢ଼ୀଠାକୁରାଣୀଙ୍କ ମନ୍ଦିରରେ ନବରାତ୍ରି ପୂଜା ଚାଲିଥିବା ବେଳେ ଦୁର୍ବତ ମାନେ କାନ୍ଥ ଭାଙ୍ଗି ଦକ୍ଷିଣା ହୁଣ୍ଡି ଭାଙ୍ଗି ଲୁଟିଥିବା ଜଣାପଡିଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନବରାତ୍ରୀ ପୂଜା ଅବସରରେ ଗଂଜାମ ସହରର ବିଭିନ୍ନ ଶକ୍ତିପୀଠରେ ପୂଜା ପାଇଁ ଚଳଚଞ୍ଚଳ ଥିବା ବେଳେ ମା ଠାକୁରାଣୀଙ୍କ ପୀଠରେ ବି ପୂଜା ଅନୁଷ୍ଠିତ ହୋଇଥିଲା। ଗତକାଲି ରାତିରେ ପ୍ରାୟ ତିନିଟାପରେ ଚଣ୍ଡୀପୂଜା ସରିବା ପରେ ମନ୍ଦିର ବନ୍ଦ କରାଯାଇଥିଲା। ଏହାର ସୁଯୋଗ ନେଇ ଦୁର୍ବୁତ ମାନେ ମନ୍ଦିର ପାର୍ଶ୍ୱ ଭେଣ୍ଟିଲେସନ ଭାଙ୍ଗି ମନ୍ଦିର ଭିତରେ ଥିବା ଦକ୍ଷିଣା ହୁଣ୍ଡିକୁ ଲୁଟିନେଇଥିଲେ। ସକାକୁ ପୂଜକ ମନ୍ଦିର ଆସିବା ବେଳକୁ ଭଙ୍ଗାଯାଇଥିବା ଦେଖି ଲୋକଙ୍କୁ ଖବର ଦେଇଥିଲେ। ଏପରିକି ଲୁଟ ସରିବା ପରେ ଦୁର୍ବୁତ ମାନେ ମନ୍ଦିର ଭିତରେ ହିଁ ମଳତ୍ୟାଗ କରିଦେଇଥିବା ଜଣାପଡିଛି। ଏନେଇ ମନ୍ଦିର ପୂଜା କମିଟି ଗଂଜାମ ଥାନାରେ ଏତଲା ଦିଆଯାଇଛି। ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।


