ହାବଳେଶ୍ୱର ବୈତରଣୀ ବାଲିଘାଟ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାବଳେଶ୍ୱର ବାଲିଘାଟର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଦୁ୍ୟଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣିରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସୁଶମା ବିଲୁଙ୍ଗ ଯୋଗଦେଇ ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ । ଲିଜଧାରୀ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ନାମରେ ଏହି ବାଲିଘାଟ ଥିବାାବେଳେ ମୋଟ ୧୧ଏକର ୬୬ଡିସିମିଲ ଜମିରୁ ବାଲି ଉଠାଣ କରାଯିବାକୁ ଲିଜ ଦିଆଯାଇଛି । ଏହି ବାଲିଘାଟ ଚାଲିବାଦ୍ୱାରା ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ନିଯୁକ୍ତି ସୁବିଧା ପାଇପାରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିର୍ମାଣ କାର୍ଯ୍ୟପାଇଁ ସ୍ୱଳ୍ପ ମୁଲ୍ୟରେ ପାଇପାରିବେ ବୋଲି ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିଥିଲେ । ଏ ଅଞ୍ଚଳରେ ଲିଜ ଘାଟ ନଥିବାରୁ ଏହାର ସୁଯୋଗନେଇ ବାଲି ମାଫିଆ ମାନେ ଚଢ଼ାଦରରେ ବାଲି ବିକ୍ରୀ କରୁଥିବାରୁ ତୁରନ୍ତ ଏହି ବାଲିଘାଟ କାର୍ଯ୍ୟକ୍ଷମ କରିବାକୁ ଲୋକମାନେ ନିବେଦନ କରିଥିଲେ । ଲିଜଧାରୀଙ୍କ ପକ୍ଷରୁ ବାଲି ଉଠାଣରେ ଶ୍ରମିକ ନିଯୁକ୍ତି, ବାଲି ପରିବହନରେ ସୁବ୍ୟବସ୍ଥା, ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଭଳି ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ମାନ ନିଆଯିବ ବୋଲି ଲିଜଧାରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଶିବିରରେ ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ଖଣି ବିଭାଗର ପବିତ୍ର କୁମାର ସ୍ୱାଇଁ ଓ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜନଶୁଣାଣିରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନନ୍ଦିପଦା ପୁଲିସ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ସହିତ ପୁଲିସ ଫୋର୍ସ ସହ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ