ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଗାନ୍ଧିଜୀଙ୍କ ୧୫୪ତମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଗରାପୁରସ୍ଥିତ ପ୍ରସ୍ଥାବିତ ଗାନ୍ଧୀ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ସଭାପତି ଭଜକୃଷ୍ଣ ରାଉତଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ରଶ୍ମୀରଞ୍ଜନ ରାଉତ, ନିର୍ମଳା ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ଲିଲିତା ଦାସ, ମେଜର ଭରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ସତ୍ୟ, ଅହିଂସା, ସତ୍ୟାଗ୍ରହ ଜାତିର ଜନକ ମହାତ୍ମା ଗାନ୍ଧୀ ବ୍ରିଟିସ ସାମ୍ରାଜ୍ୟକୁ ବିତାଡିତ କରି ଭାରତବାସୀକୁ ସ୍ୱାଧୀନତା ଦେଇଥିଲେ । ଏବେ କିନ୍ତୁ ସତ୍ୟ,ଅହିଂସା, ଶୋଷଣ ଓ ଅତ୍ୟାଚାର ବୃଦ୍ଧି ପାଉଥିବାର ଦେଖାଯାଉଛି । ତେଣୁ ଏସବୁକୁ ପ୍ରତ୍ୟାହାର କରିନେବାକୁ ହେଲେ ଗାନ୍ଧିଜୀଙ୍କ ସତ୍ୟ, ଅହିଂସାର ଆବଶ୍ୟକତା ରହିଛି । ଦେଶରୁ ହିଂସା, ଶୋଷଣ, ଅତ୍ୟାଚାରକୁ ଦୂର କରିବା ପାଇଁ ଏକ ନୂତନ ଜାଗରଣସୃଷ୍ଟି କରିବା ଉଦେଶ୍ୟରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଯୁବ ପିଢୀ ଗ୍ରହଣ କରିବା ଉଚିତ ବୋଲି ବକ୍ତାମାନେ କହିଥିଲେ । ମହାତ୍ମା ଗାନ୍ଧୀ କେନ୍ଦ୍ରାପଡାକୁ ପଦଯାତ୍ରାରେ ଆସି ୧୯୩୪ମସିହା ମଇମାସ ୨୭ ଓ ୨୮ତାରିଖ ଦୁଇଦିନ ଧରି ଗରାପୁର ଡାକବଙ୍ଗଳାରେ ରାତ୍ରୀଯାପନ କରିଥିଲେ । ଏହାକୁ ସ୍ମରଣ କରିବା ଓ ଗାନ୍ଧୀ ବିଚାର ଧାରାକୁ ସ୍ମରଣ କରିବା ପାଇଁ କେନ୍ଦ୍ରାପଡାରେ ୨୦୧୯ମସିହାରୁ ଏକ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଗଠନ କରାଯାଇଛି । ପରିଷଦର ଆବାହକ ରାଜେଶ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଂଯୋଜକ ଡଃ. ଗଦାଧର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ମହିଳା ଜନତାଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୀତାସୁନ୍ଦରୀ ମଲ୍ଲିକ, ରୋସ୍ନା ସାହୁ, ସୁମିତ୍ରା ପାଢୀ, ଦେବଦାସ ମହାନ୍ତି, ପ୍ରାକ୍ତନ ନଗରପାଳ ଧିରେନ ସାହୁ, ବାସୁଦେବ ଜେନା, ମହନି ଚରଣ ଆଚାର୍ଯ୍ୟ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଶରତ ସାମଲ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପ୍ରଦୀପ୍ତ ମହାନ୍ତି ନରୋତ୍ତମ ମଲିକ, ସରୋଜକାନ୍ତ ପଣ୍ଡା, ମାନସ ସେଠୀ, ଅଶୋକ ବରାଳ,ସଞ୍ଜୟ ଜେନା, ନରୋତ୍ତମ ବେହେରା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ସେକ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।


