ପୂର୍ବତନ ବିଧାୟକ ବୈକୁଣ୍ଠ ନାଥ ସ୍ୱାଇଁ ଙ୍କ ଶ୍ରାଦ୍ଧଦିବସ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ବୈକୁଣ୍ଠ ନାଥ ସ୍ଵାଇଁ ଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଏକ ସ୍ମୃତି ଚାରଣ ସଭା ଅସ୍ତରଙ୍ଗ ସ୍ଥିତ ପରିଡ଼ା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ମୃତିସଭା ରେ ପୂର୍ବତନ ପି ସି ସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱ ଭୂଷଣ ଦାସ, ଲଷ୍ମୀଧର ଖୁଣ୍ଟିଆ, ବର୍ଷିଆନ କଂଗ୍ରେସ କର୍ମୀ ଦୁର୍ଗା ଚରଣ ନାୟକ,ଶରତ ଚନ୍ଦ୍ର ବିଶ୍ୱାଳ,ସେକ ଲିୟାକତ, କାକଟପୁର ପଂଚାୟତ କଂଗ୍ରେସ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ବରିଷ୍ଠ କର୍ମୀ କରୁଣା କର ସେନାପତି,ଯୁବ ନେତା ତପନ କାଣ୍ଡି ,କ୍ଷୀରୋଦ ସ୍ୱାଇଁ, ପ୍ରମୁଖ ଯୋଗ ଦେଇ ଶ୍ରୀ ସ୍ୱାଇଁ ଙ୍କ ସ୍ମୁତି ଚାରଣ କରି ତାଙ୍କର କର୍ମୀ ମାନଙ୍କୁ ଭଲ ପାଇବା ଓ ଦଳ ପାଇଁ ବଳିଦାନ ସବୁ ଦିନ ପାଇଁ ଶ୍ରୀ ସ୍ୱାଇଁ କର୍ମୀ ମାନଙ୍କ ହୃଦୟରେ ରହିବେ ବୋଲି କହିଥିଲେ। ଦଳୀୟ କର୍ମୀ ଓ ନେତା ମାନେ ପ୍ରଥମେ କାକଟପୁର ମାଛ ମାର୍କେଟ ଠାରେ ଥିବା ସ୍ବର୍ଗତ ସ୍ଵାଇଁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ