ଶିବ ମୁନିଙ୍କ ଜୟନ୍ତୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ଟାଇଁଗୁଣା ଯୋଗାଶ୍ରମରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ପ୍ରତିଷ୍ଠାତା ଆଦି ମୁନିଶ୍ୱର ଶିବ ମୁନିଙ୍କର ୧୩୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ମୁନି ନରହରି ଧଳ ସତ୍ୟ ପ୍ରତାକା ଉତ୍ତୋଳନ କରିଥିଲେ । ଯୋଗୀ ଶତୃଘ୍ନ ମୁନି ସଂଗୀତ ଓ ଶୁଭଭାବନା ଗାନ କରିଥିଲେ । ପରେ ଶିବମୁନିଙ୍କର ଜୀବନାଦର୍ଶ, ତ୍ୟାଗ ଓ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ସଭାପତି ଈଶ୍ୱର ମୁନି, ଯୋଗୀ ସୁରେନ୍ଦ୍ର ମୁନି, ଅନାମ ମୁନି, ଅମର ମୁନି, ମୁନିମତୀ କୁସୁମ ରାଣୀ ଦାସ, ଭାଗବତ ମୁନି, ଅଭିରାମ ମୁନି, ହରିହର ମୁନି, ବୁଦ୍ଧଦେବ ମୁନିଙ୍କ ସମେତ ମୁନି ସମାଜର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ ।