ଚାରି ଗୋଟି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ଥାନା ପକ୍ଷରୁ ଚାରି ଗୋଟି ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅକ୍ଟୋବର ୧୧ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣାରେ ଟୁଟୁ ସ୍ବାଇଁଙ୍କୁ ପୋଲିସ ଗିରଫ କରିଛି। ଏନେଇ ଭାବରଡ଼ା ଗ୍ରାମର ଶିବ ବେହେରାଙ୍କ ସ୍ତ୍ରୀ ଜୟନ୍ତୀ ବେହେରା ଙ୍କ ଅଭିଯୋଗ କ୍ରମେ ପୋଲସରା ଥାନା କେଶ ନଂ ୩୨୨/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ସେହିପରି ପୋଲସରା ଏନଏସିର ମଠ ସାହିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ସଞ୍ଜୟ ପ୍ରଧାନ ଆହତ ହୋଇଥିଲେ। ଆହତ ଙ୍କ ପରିବାରରୁ ଭାଗ୍ୟ ପ୍ରଧାନଙ୍କ ଲିଖିତ ଅଭିଯୋଗ ପ୍ରକାରେ କେଶ ନଂ ୪୨୩/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ସେହି ଘଟଣାରେ ସଂପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ସେହିପରି ଭାବରଡ଼ା ଗ୍ରାମରେ ଯୌତୁକ ଜନିତ ଆକ୍ରମଣ ଘଟଣାରେ ସ୍ତ୍ରୀ ସୁକାନ୍ତି ନାହାକଙ୍କ ଲିଖିତ ଅଭିଯୋଗ କ୍ରମେ କେଶ ନଂ ୪୨୦/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ କରିବା ସହ ସ୍ଵାମୀ ପଦ୍ମନାଭ ନାହାକଙ୍କୁ ପୋଲସରା ପୋଲିସ ଗିରଫ କରିଛି । ଚୋରା ମଦ ବିକ୍ରି ଅଭିଯୋଗରେ ପୋଲସରା ଥାନାର କେଶ ନଂ ୪୨୫/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇ ଅରୁଣ ପଲେଇଙ୍କୁ ଗିରଫ କରାଯାଇଛି । ସମସ୍ତ ଚାରୋଟି ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ