ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଙ୍କା ପଂଚାୟତର ଯାତ୍ରାଶୁଣି ଗ୍ରାମର ପ୍ରକାଶ ଗୌଡଙ୍କ ପୁଅ ରାଜେନ୍ଦ୍ର ଗୌଡ଼ ଓରଫ ଟିଙ୍ଗିରି (୨୭)ର ଶବ ଆଜି ସକାଳ ପାଞ୍ଚ ଘଣ୍ଟା ସମୟରେ ବଙ୍କା ନିକଟସ୍ଥ କୀରାପଲ୍ଲୀ ତନ୍ତୀ ଅମ୍ବ ତୋଟାରେ ଏକ ଆମ୍ବ ଗଛରେ ଝୁଲୁଥିବା କିଛି ଲୋକ ଦେଖିବା ପରେ ପୋଲିସ୍ କୁ ଖବର ଦେଇଥିଲେ I ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ରର ଶବକୁ ଉଦ୍ଧାର କରି ୨୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି I ପ୍ରାଥମିକ ଭାବେ ସୂଚନା ମିଳିଛି ଯେ ବ୍ରହ୍ମପୁରରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ I ସେ ଦଶହରା ସମୟରେ ଗାଁକୁ ଆସି ଗାଆଁରେ ଥିଲେ I ଗତକାଲି ରାତି ଠାରୁ ସେ ଘରକୁ ଆସିନଥିଲେ I ଗାତ କାଲି ରାତିରେ ଗିରିସୋଲା ଠାରେ ଏକ ହୋଟେଲ୍ ରେ ଖାଇବା ପରେ କୁଆଡେ଼ ଚାଲିଯାଇଥିଲେ I ଆଜି ସକାଳେ ତାଙ୍କ ଶବ ଆମ୍ବ ଗଛରୁ ଯେଉଁ ଅବସ୍ଥାରେ ଉଦ୍ଧାର କରାଗଲା ଏହା ଆତ୍ମହତ୍ୟା କି ହତ୍ୟା ଏକ ସନ୍ଦେହାତ୍ମକ ପରିସ୍ଥିତି ସୃଷ୍ଟି କରୁଛି I ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ପ୍ରକାରେ ରାଜେନ୍ଦ୍ରର ଗୋଡ଼ ତଳକୁ ଲାଗିଥିବା ବେଳେ ସେ ଝୁଲିଥିବା ଗଛଟି ମଧ୍ୟ ସେତେ ବଡ଼ ନଥିଲା I ତେଣୁ ଏଠାରେ ଜଣେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ I ତେଣୁ ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି I ଏନେଇ ରାଜେନ୍ଦ୍ରଙ୍କ ବାପା ବେଲଗୁଣ୍ଠା ଥାନାରେ ରାଜେନ୍ଦ୍ରଙ୍କ ମୃତ୍ୟୁ ସନ୍ଦେହପୂର୍ଣ୍ଣ ଭାବେ ହୋଇଥିବା ନେଇ ଅଭିଯୋଗ କରିଛନ୍ତି I