ମହିଳା ଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଗୁରୁବାର ମହୁଡ଼ା ବିକାଶପୁର ଗ୍ରାମ ନିକଟ ରାସ୍ତାକଡ ରୁ ଜଣେ ମହିଳା ଙ୍କ ମୃତଦେହ ଜବତ କରିଛନ୍ତି। ଥାନା ଅପମୃତ୍ୟୁ ମାମଲା ନଂ.୧୨/୨୨ ଅନୁଯାୟୀ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଯାଇଥିଲା।ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଗତ ବୁଧବାର ଠାରୁ ମହିଳା ଜଣକ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିଲେ। ମହିଳା ଙ୍କ ସ୍ଵାମୀ ସଞ୍ଜୟ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତିକରି ପୋଲିସ ଏମ୍ ଏମ୍ ଆର ମାମଲା ନଂ.୨୧/୨୨ ଅନୁଯାୟୀ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଥିଲେ। ମହିଳା ଙ୍କୁ କୌଣସି ଦୁର୍ବୃତ୍ତ ଅପହରଣ ପରେ ହତ୍ୟା କରିଥିବା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମହିଳା ଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।


