ଜ୍ୟୋତ୍ସ୍ନାମୟୀ ଗୌଡ଼ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଭାବେ ଜ୍ୟୋତ୍ସ୍ନାମୟୀ ଗୌଡ଼ ମନୋନୀତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଗଞ୍ଜାମ ଜିଲ୍ଲା ବୁଜୁ ମହିଳା ଦଳ ସଭାନେତ୍ରୀ ସଂଘମିତ୍ରା ଦଳେଇ ବୁଗୁଡା ବ୍ଳକ ଖୋଳଖାଳି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଜ୍ୟୋସ୍ନାମୟୀ ଗୌଡ଼ଙ୍କୁ ବୁଗୁଡା ବ୍ଲକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ମନୋନୀତ କରିଛନ୍ତି। ଖୋଳଖାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ଙ୍କ ଧର୍ମପତ୍ନୀ ଜ୍ୟୋସ୍ନାମୟୀ ଗୌଡ଼ ବୁଗୁଡା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମନୋନୀତ ହୋଇଥିବା ଜାଣିବାପରେ ବହୁ ନେତା ଓ କର୍ମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୁଗୁଡା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଭାବେ ମନୋନୀତ ହୋଇଥିବା ଯୋଗୁଁ ଶ୍ରୀମତୀ ଗୌଡ଼ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କୁ କୃତଜ୍ଞତା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ କାର୍ଯ୍ୟକ୍ରମକୁ ନିଷ୍ଠାର ସହ କରିବି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ