ଶ୍ରମ ମନ୍ତ୍ରୀଙ୍କ ଦ୍ଵାରା ହସ୍ତଶିଳ୍ପ କର୍ମଶାଳା ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର କଲ୍ୟାଣ ମଣ୍ଡପରେ ଅକ୍ଟୋବର ୧୪ ତାରିଖ ଦିନ ” ହସ୍ତଶିଳ୍ପ କର୍ମଶାଳା ସଚେତନତା ଶିବିର” ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ ଯୋଗଦେଇଥିଲେ।ହସ୍ତଶିଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ଉମାପତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ହସ୍ତଶିଳ୍ପ କର୍ମଶାଳା ସଚେତନତା ଶିବିର ପରିଚାଳିତ ହୋଇଥିଲା। ପର୍ଯ୍ୟବେକ୍ଷକ ଭାବେ ସହ ନିର୍ଦ୍ଦେଶକ, ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶିବିର ପରିଚାଳନାରେ ଜଗବନ୍ଧୁ ମହାରଣା, ଅଶ୍ଵିନ କୁମାର ସାହୁ, ମଙ୍ଗୁଳୁ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି କର୍ମଶାଳାରେ ବହୁ ହସ୍ତଶିଳ୍ପ କାରିଗର ଯୋଗଦେଇ ସେମାନଙ୍କ ଦକ୍ଷତା କାର୍ଯ୍ୟ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ