ଅବସରପ୍ରାପ୍ତ କର୍ମଚାରୀ ସ୍ୱର୍ଗତ ଶ୍ରୀଧର ବିଶ୍ୱାଳଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ଅବସରପ୍ରାପ୍ତ ପିଅନ ସ୍ୱର୍ଗତ ଶ୍ରୀଧର ବିଶ୍ୱାଳଙ୍କ ଏକାଦଶାହ କ୍ରିୟା ଅବସରରେ ନିଳୋକସ୍ଥିତ ବାସଭବନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନିଳୋକ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଜିଲା କାରା ପର୍ଯ୍ୟବେକ୍ଷଣ ଅଧିକାରୀ ବାବାଜି ଚରଣ ଜେନା, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଶଙ୍କର୍ଷଣ ଜେନା, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ସରପଞ୍ଚ ପ୍ରତିିନିଧି ରବିନ୍ଦ୍ର ସେଠୀ, ନିରଞ୍ଜନ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ସେନାପତି, ସୁଧାକର ପଣ୍ଡା, ସନାତନ ନାୟକ, ନବ କୁମାର ଲେଙ୍କା, କଳାକାର ମିଶ୍ର, ବାବାଜି ଚରଣ ଦଳେଇ, ସମାଜସେବୀ ପଦ୍ମନାଭ ଦାସ, କିଶୋର ବେହେରା, ଚିତ୍ତ ରଞ୍ଜନ ନାୟକ, ଗୌରହରି ନନ୍ଦ, ଦୀନବନ୍ଧୁ ନାୟକ, ସୁରେନ୍ଦ୍ର ବେହେରା, ଜଳଧର ଜେନା, ବିଦ୍ୟାଧର ନନ୍ଦ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମତିଚାରଣ କରିଥିଲେ । ୧୯୭୮ ମସିହାରେ ସେ ନିଳୋକ ହାଇସ୍କୁଲରେ ପିଅନ ଭାବେ ନିଯୁକ୍ତି ପାଇ ଗତ ୨୦୧୧ ମସିହାରେ ଚାକିରୀରୁ ଅବସର ନେଇଥିଲେ । ହାଇସ୍କୁଲ ପ୍ରତିଷ୍ଠା ସମୟରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ଅତିଥି ମାନେ ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ପରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ପରିବାର ଓ ଆତ୍ମିୟ ସ୍ୱଜନ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ