ନର୍ସିଂ ଆମ୍ପେ୍ଲାଇଜ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା

ବାଲେଶ୍ୱର, (ସରୋଜ ପଣ୍ଡା):ଚୁକ୍ତିଭିତ୍ତିକ ଚାକିରିରୁ ନିୟମିତ କର୍ମଚାରୀର ମାନ୍ୟତା ମିଳିବାକୁ ନେଇ ଓଡ଼ିଶା ନର୍ସିଂ ଆମ୍ପେ୍ଲାଇଜ ଆସୋସିଏସନରେ ଖୁସୀର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଆସୋସିଏସନର ବାଲେଶ୍ୱର ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ଅବସରରେ କେକ କାଟି ଶୁଭେଚ୍ଛା ଜଣାଇଛନ୍ତି । ଠିକା କର୍ମଚାରୀଙ୍କ ଦୁଃଖ ଦୂର କରି ତାଙ୍କୁ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅସୋସିଏସନର ଜିଲା ସଭାପତି ଅର୍ଜୁନ ବାଗଙ୍କ ନେତୃତ୍ୱରେ ତଥା ସମ୍ପାଦିକା ମୀନାକ୍ଷୀ ଶୋଷାଦ୍ରି ରାଉତ, ବ୍ରିଜେଶ ବେହେରା, ଦିଲୀପ କୁମାର ଘୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ସ୍ୱାସ୍ଥ୍ୟ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ଟେକ୍ନିସିଆନ, ରେଡିଓଗ୍ରାଫର, ଫାର୍ମସିଷ୍ଟମାନେ ଏଥିରେ ଯୋଗଦେଇ ପରସ୍ପରକୁ କେକ ଖୁଆଇ ଖୁସୀ ବାଣ୍ଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ