ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିତ

ବୁଗୁଡା, (ଅନିଲ କୁମାର ମହାରଣା):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିବସ ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ଜନସାଧାରଣଙ୍କ ପକ୍ଷରୁ ବୁଗୁଡା ପୂର୍ତ୍ତବିଭାଗ ଡାକ ବଙ୍ଗଳାରେ ଅକ୍ଟୋବର ୧୬ ତାରିଖ ଦିନ ପାଳନ କରାଯାଇଛି। ଓଡିଶାର ସାଢ଼େ ଚାରିକୋଟି ଜନସାଧାରଣଙ୍କ ହୃଦୟରେ ସ୍ଥାନ ପାଇଥିବା ଜନନେତା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ନବୀନ ବାବୁ ଆଜି ୭୬ ବର୍ଷ ଅତିକ୍ରମ କରି ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ କାର୍ଯ୍ୟକ୍ରମ ରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବୁଗୁଡା ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଧରଣୀଧର ପଣ୍ଡା, କେ.ନୀଳମାଧବ ଆଚାରୀ, ସୁଧାଂଶୁ ଶେଖର ପାଢ଼ୀ, ଡିଲେଶ୍ବର ପାତ୍ର, ଆଡଭୋକେଟ ରବୀନ୍ଦ୍ର କୁମାର ପଣ୍ଡା, କାହ୍ନୁ ଚରଣ ଭୂୟାଁ, ମନୋରଞ୍ଜନ ଦାଶ, ମୁକୁନ୍ଦ ନାୟକ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ