ନବୀନ ବାବୁଙ୍କ ଜନ୍ମ ଦିବସରେ ୨୦୧ ୟୁନିଟ ରକ୍ତଦାନ

ପୋଲସରା, (ଅନିଲ କୁମାର ମହାରଣା):ଅକ୍ଟୋବର ୧୬ ତାରିଖ, ସାଢ଼େ ଚାରି କୋଟି ଓଡିଶାବାସୀଙ୍କ ମଉଡମଣି, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ। ୧୯୪୬ ମସିହାରେ ଆଜିର ଦିବସରେ ଜନ୍ମ ଗ୍ରହଣ କରିଥିବା ନବୀନ ବାବୁଙ୍କ ୭୬ ବର୍ଷ ଅତିକ୍ରମ କରି ୭୭ ବର୍ଷରେ ପାଦଦେଇଛନ୍ତି। ନବୀନ ବାବୁ ତାଙ୍କ ଜନ୍ମ ଦିବସ ପାଳନ ନକରି ସେବା କାର୍ଯ୍ୟ ଓ ରକ୍ତଦାନ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ସମ୍ମାନ ଜଣାଇ ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବୀନ ବାବୁଙ୍କ ଜନ୍ମ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ ମୋଟ ୨୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା ଓ ଉପାଧ୍ୟକ୍ଷା ସନ୍ତୋଷ କୁମାର ବେହେରା, କେ.ନିଳମାଧବ ଆଚାରୀ, ପବିତ୍ର ନାୟକ, ପ୍ରତାପ ପ୍ରଧାନ, ବିଜୟ ସ୍ବାଇଁ, ସୁକାନ୍ତ ଭୂୟାଁ, ସୁଶାନ୍ତ କୁମାର ପୋଲାଇ, ତାପସ ସାହୁ, ରଘୁନାଥ ଭୂୟାଁ, କବିତା ସାହୁ, ଦିପିକା ବାରିକ, ଆରତୀ ଦେବୀ, ଗୀତାଞ୍ଜଳୀ ସାହୁ, ରଞ୍ଜନ ସାହୁ, ବସନ୍ତ ଶତପଥୀ, ମନୋଜ ପ୍ରଧାନ, ମନମୋହନ ଗୌଡ, ପ୍ରସାଦ ସାହୁ, କନକ ରାଉତ,ମନୋଜ ପରିଡ଼ା, କାର୍ତ୍ତିକ ନାୟକ ରତ୍ନାକର ସାହୁ, ଗୋପାଳ ସାହୁ ,ପ୍ରଶାନ୍ତ ଦାସ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ରକ୍ତଦାନ କରିଥିଲେ।ଏହା ସହିତ ଆଞ୍ଚଳିକ ମହିଳା ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ