ବରିଷ୍ଠ ଓକିଲ ଅଶୋକ ବାନାର୍ଜୀଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବରିଷ୍ଠ ଓକିଲ ଡଃ. ଅଶୋକ ବାନାର୍ଜୀଙ୍କ ଆଜି ପ୍ରତ୍ୟୁଷରେ ପୁନେ ଠାରେ ୬୬ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର, ପୁତ୍ରବଧୁ ଓ ଧର୍ମପତ୍ନୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କ ସାହି ପଡିଶା, ସାଙ୍ଗସାଥି ଓ ଆତ୍ମୀୟଙ୍କ ମଧ୍ୟରେ ଗଭିର ଶୋକର ଛାୟା ଖେଳିଯାଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ସହିତ ସେ ଜଡିତ ଥିଲେ । ସେ ସୁପ୍ରିମକୋର୍ଟରେ ଆଇନ ବ୍ୟବସାୟ କରିବା ସହ କେନ୍ଦ୍ର ସରକାରଙ୍କ ବହୁ ଅନୁଷ୍ଟାନରେ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ସେ ଜିଲ୍ଲାର ପୁରାତନ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତିର ଆଜୀବନ ସଦସ୍ୟ ଥିଲେ । ତାଙ୍କ ବିୟୋଗରେ ଜନସେବକ ତଥା ତାଙ୍କର ବାଲ୍ୟବନ୍ଧୁ ପ୍ରଦିପ କୁମାର ମହାନ୍ତି, ଦେବେଶ ସାହୁ, ଡା. ବିରଞ୍ଚିନାରାୟଣ ଜଗଦ୍ଦେବ, ପୂର୍ବତନ ବିଦାୟକ ଚିନ୍ମୟ ପ୍ରସାଦ ବେହୁରା, ସଞ୍ଜୟ ରାଉତ, ବୈଷ୍ଣବ ପ୍ରଧାନ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ