୬ମାସ ବିତିଲା, ଶାଳଣିଆଁ ପଞ୍ଚାୟତରେ ଜିଆରଏସ ନିଯୁକ୍ତି ନୋହିଲା, ପଞ୍ଚାୟତର ବିକାଶ ଘର ଶୁନ

ହାଟଡିହି,  (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉ ନଥିବାବେଳେ ପଞ୍ଚାୟତର ଉନ୍ନୟନ ମୁଳକ କାର୍ଯ୍ୟରେ ଅସହଯୋଗ କରୁଥିବା ନେଇ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟସଭ୍ୟା ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିବାପରେ ବିଡିଓ ଗତ ମେ ମାସରେ ସଂପୃକ୍ତ ଜିଆରଏସଙ୍କୁ ସେଠାରୁ ବ୍ଲକକୁ ବଦଳି କରିଆଣିବା ପରେ ଆଉ ଜଣେ ଜିଆରଏସଙ୍କୁ ସେଠାରେ ନିଯୁକ୍ତି କରିଥିଲେ । ମାତ୍ର ଆଜକୁ ୬ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଜିଆରଏସ ଉକ୍ତ ପଞ୍ଚାୟତକୁ ଗଲେନି । ଫଳରେ ଏହି ପଞ୍ଚାୟତରେ ମନରେଗା ଯୋଜନାକାର୍ଯ୍ୟ ଆଦୌ ହୋଇ ନଥିବାବେଳେ ଆବାସ ଯୋଜନାରେ ମଧ୍ୟ ଅଗ୍ରଗତି ଘଟିପାରୁନି । ଯାହାକୁନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତର ସରପଞ୍ଚ ସୁମିତ୍ରା ଯେନାଙ୍କ ଅଭିଯୋଗ ଅନୁଯାଇ ସେ ଏବାବଦରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ, ପିଡି ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ସମସ୍ତେ ଜାଣିଶୁଣି ଏହି ପଞ୍ଚାୟତ ପ୍ରତି ଅବହେଳା ପୟ୍ରଦର୍ଶନ କରି ଆସୁଥିବା ସମିତିସଭ୍ୟ ଦିବ୍ୟ ରଞ୍ଜନ ଜେନା ଅଭିଯୋଗ କରିଛନ୍ତି । ନିର୍ବାଚନ ପରଠାରୁ ପଞ୍ଚାୟତର ବିକାଶ ମୁଳକ କାର୍ଯ୍ୟ ଆଦୌ ହୋଇପାରିନି । ଅନ୍ୟ ପଞ୍ଚାୟତରେ ହିତାଧିକାରୀମାନେ ଜମି ଉନ୍ନତିକରଣ, ବହୁମୁଖି କୃଷି ପୋଖରୀ ଖନନ, ମୋ ବଗିଚା ଭଳି ଜନହୀତକର ଯୋଜନାରେ ଉପକୃତ ହେଉଥିବାବେଳେ ଆମେ ଶଳଣିଆଁ ପଞ୍ଚାୟତବାସୀ କଣ ଦୋଷ କଲୁ ଯେ ପ୍ରଶାସନ ଆମମାନଙ୍କୁ ଏହିସବୁ ଯୋଜନାରୁ ବଞ୍ଚିତ କରିଛନ୍ତି । ଜଣେ ଜିଆରଏସ ଆଦୌ ପଞ୍ଚାୟତକୁ ଆସିଲେନି ଆମେ ବିରୋଧ କରି ତାଙ୍କୁ ହଟାଇବାକୁ ନିବେଦନ କଲୁ, ଆମକୁ ଜଣେ ଭଲ ଜିଆରଏସ ଦରକାର ବୋଲି ଦାବି କଲୁ, ତେଣୁ ଆମର ଦୋଷ ରହିଲା କେଉଁଠି ବୋଲି ସରପଞ୍ଚ ସୁମିତ୍ରା ଯେନା, ସମିତିସଭ୍ୟ ଦିବ୍ୟ ରଞ୍ଜନ ଯେନା, ନାଏବ ସରପଞ୍ଚ ବାସନ୍ତୀ ରାଉଳ, ୱାର୍ଡସଭ୍ୟ ପ୍ରଭାକର ସେଠୀ, ଶାନ୍ତନୁ ପାତ୍ର, ବାସନ୍ତୀ ବେହେରା, ଭାଗିରଥି ଯେନା, ବିକାଶ ସେଠୀ, ବସନ୍ତ ଦେହୁରୀ, ବାବାଜି ରାଉଳ, ଅଶାନ୍ତ ସେଠୀ, ସତ୍ୟବଅତ ବେହେରା, ଦୀପକ ସେଠୀ, ପଙ୍କଜ ସେଠୀ, ରମେଶ କୁଅଁର, ଗୌରାଙ୍ଗ ସା ପ୍ରମୁଖ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଶାଳଣିଆଁ ପଞ୍ଚାୟତରେ ଜିଆରଏସ ନିଯୁକ୍ତି କରିବାକୁ ଦାବି କରିଛନ୍ତି, ନଚେତ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ