ବିଦ୍ୟାଧର ବାବୁ ଥିଲେ ଅଦ୍ୱିତୀୟ ଶ୍ରମିକ ନେତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ବାରିକ ଥିଲେ ଶ୍ରମିକମାନଙ୍କର ଅଦ୍ୱିତୀୟ ନେତା । ବିପ୍ଲବୀ ଭାବରେ ସେ ଜୀବନକୁ ଲଢିଥିଲେ ଏବଂ ଶ୍ରମିକମାନଙ୍କ ପାଇଁ ନିଜକୁ ତ୍ୟାଗ କରିଦେଇଥିଲେ । ତାଙ୍କର ସମାଜବାଦୀ ଚିିନ୍ତାଧାରା ହିଁ ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଥିଲା । ସେଭଳି ମଣିଷ ଏ ଜନମାନସରେ ବଞ୍ôଚ ରହିବା ଦରକାର ବୋଲି ବିଦ୍ୟାଧର ବାରିକଙ୍କ ଚତୁର୍ଥ ସ୍ମୃତି ସମାରୋହରେ ବରେଣ୍ୟ ଅତିଥିବୃନ୍ଦ ମତ ପ୍ରକାଶ କରିଛନ୍ତି । ଏହି ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, କର୍ପୋରେଟ ରାଜକିଶୋର ଦାସ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ଆବାହକ ଶ୍ରୀପତି ଆଚାର୍ଯ୍ୟ, ଯାଦବ ମହାସଭାର ଜାତୀୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଗୋଧୁଳି ସାହିତ୍ୟ ସଂସଦ ଆନୁକୂଲ୍ୟରେ କବିତା ପାଠର ଆୟୋଜନ କରାଯାଇଥିଲା । ଏହା ବିମଳା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ଆବାହକ ମନୋଜ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ନୀନା ବାରିକ ଏବଂ ମୋନାଲିସା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


