ସ୍କାଉଟସ୍ ଏବଂ ଗାଇଡସ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ସ୍କାଉଟ ସଂଗଠନ ଦ୍ୱାରା ଆହୁତ ଏହି କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାମାନଙ୍କରେ ପହଞ୍ଚାଇବା ପାଇଁ ଜିଲ୍ଲାର ଦକ୍ଷ ସ୍କାଉଟମାଷ୍ଟର, ଗାଇଡ୍‌କ୍ୟାପଟେନ, ରୋଭର ସ୍କାଉଟ ଲିଡର ମାନଙ୍କୁ ସଂପୂର୍ଣ୍ଣ ଅବଗତି କରିବା ନିମନ୍ତେ ଏକ କର୍ମଶାଳା ରାଜ୍ୟ ମୁଖ୍ୟାଳୟ ପରିସରରେ ତା୧୭.୧୦.୨୦୨୨ରିଖ ଠାରୁ ତା୧୯.୧୦.୨୦୨୨ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକମାନେ ଉକ୍ତ କର୍ମଶାଳାରେ ଯୋଗଦାନ କରି ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର, କବ୍ ଓ ବୁଲ୍‌ବୁଲ୍‌ମାନଙ୍କର ଅନ୍ ଲାଇନ୍ କିପରି ସହଜରେ ରେଜିଷ୍ଟ୍ରେସନ କରିପାରିବେ ସେହିବିଷୟରେ ତାଲିମ ଦିଆଯାଇଛି । ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କ୍ରିଷ୍ଣାସ୍ୱାମୀ ଆର ଏବଂ ଅତିରିକ୍ତ ଆନ୍ତର୍ଜାତୀୟ କମିଶନର ଶ୍ରୀ ମଧୁସୁଦନ ଆଭାଲା ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରି ଉକ୍ତ କର୍ମଶାଳାରେ ଯୋଗଦାନ କରିଥିବା ସମସ୍ତ ଶିବିରାର୍ଥୀମାନଙ୍କୁ ଉକ୍ତ ଶିକ୍ଷା ଶିବିର ସମାପ୍ତ ପରେ ନିଜ ନିଜ ଜିଲ୍ଲାରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟରେ ସଫଳତାର ସହ ବିଶ୍ୱ ସଂଗଠନର ଉକ୍ତ ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ, ଶିବିରାର୍ଥୀମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇ ସ୍କାଉଟ/ଗାଇଡ୍ ସଂଗଠନର ପ୍ରତ୍ୟେକ କାର୍ଯ୍ୟକୁ ସଫଳ କରିବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ଗାଇଡ୍ ସଂଗଠନ କମିଶନର ତଥା ତାଲିମ କମିଶନର ଶ୍ରୀମତୀ ଅନାମିକା ଦାସ ଶିବିରର ଆଭିମୁଖ୍ୟ ଖୁବ୍ ସରଳ ଭାବରେ ଶିବିରାର୍ଥୀମାନଙ୍କୁ ବୁଝାଇ ଦେଇ ତଦନୁସାରେ କାର୍ଯ୍ୟନିର୍ବାହ କରିବାକୁ ଆଶାବ୍ୟକ୍ତ କରିଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ତଥା ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସମସ୍ତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ