ମହାନାଦପୁର ପଂଚାୟତ ରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ଅକ୍ଟୋବର ୨ ତଥା ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ରାଜ୍ୟ ର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ବିଜେଡ଼ି ର ଜନ ସମ୍ପର୍କ ପଦଯାତ୍ରା l ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବୁଧବାର ୨୧ନଂ ଜିଲ୍ଲାପରିଷଦ ସଭ୍ୟା ଙ୍କ ନିଜସ୍ୱ ପଂଚାୟତ ମହାନାଦପୁର ଗ୍ରାମ ପଂଚାୟତ ର ସିଙ୍ଗିପୁର ଗ୍ରାମ ରୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା ଙ୍କ ନେତୃତ୍ୱ ରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା l ଏଥିରେ ଛତ୍ରପୁର ବିଜେଡ଼ି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡ଼ି ସଭାପତି କାଳିଆ ନାହାକ, ଯୁବ ନେତା କିଶୋର ବେହେରା, ମହାନାଦପୁର ସରପଞ୍ଚ ରବୀନ୍ଦ୍ର ରାଉଳ, ସୁରଥ ପ୍ରଧାନ, ଯୁବ ବିଜେଡ଼ି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ ଙ୍କ ସମେତ ବହୁ ଛାମୁଆ ନେତା ଓ କର୍ମୀ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କ ରେ ଲୋକଙ୍କୁ ସଚେତନତା କରଯାଇଛି l ଏହି ଜନସମ୍ପର୍କ ପଦଯାତ୍ରା ସମଗ୍ର ପଂଚାୟତ ପରିକ୍ରମା କରିଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ଯୁବ ନେତା କିଶୋର ବେହେରା ଓ ସରପଞ୍ଚ ରବୀନ୍ଦ୍ର ରାଉଳ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ