୩୪ ଛାତ୍ରଛାତ୍ରୀ ପାଇଲେ ବ୍ରହ୍ମଗୁପ୍ତ ଗଣିତ ମେଧା ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଦାରୁଠେଙ୍ଗ ପଞ୍ଚାୟତର ଦାରୁଠେଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ରହ୍ମଗୁପ୍ତ ଗଣିତ ମେଧା ଅନ୍ୱେଷଣ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସଙ୍ଗଠନ ‘ସମ୍ପର୍କ’ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୃଷ୍ଟିବାଧିତ ଖେଳାଳିମାନଙ୍କ କୋଚ୍ ତଥା ସାମାଜିକ କର୍ମୀ ତ୍ରିଲୋଚନ ବେଉରା ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ସମ୍ପର୍କର ସମ୍ପାଦକ ଯୋଗେଶ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ, ସାମାଜିକ କର୍ମୀ ସୁଶାନ୍ତ କୁମାର ରାଉତରାୟ, ସୁଶାନ୍ତ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ସିବିଲ କୁମାର ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ବିକାଶ ପାଇଁ ବ୍ରହ୍ମଗୁପ୍ତ ଗଣିତ ସମେତ ଅନ୍ୟ ବିଷୟରେ ପ୍ରତିଯୋଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ଦାରୁଠେଙ୍ଗ ଅଞ୍ଚଳର ଯୁବ ସାମାଜିକ କର୍ମୀ ରେଶବ ରାଉତରାୟଙ୍କ ସ୍ମୃତିରେ ଅନୁଷ୍ଠିତ ବ୍ରହ୍ମଗୁପ୍ତ ଗଣିତ ମେଧା ଅନ୍ୱେଷଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅତିଥିମାନେ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଇପ୍‌ସିତା ମହାରଣା ପ୍ରଥମ, ଆଦ୍ୟାଶା ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ୫ଜଣ ଛାତ୍ରଛାତ୍ରୀଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡାଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମାଇଣ୍ଡ ଏମ୍ପପାୱାରମେଣ୍ଟ ଫାଉଣ୍ଡେଶନର ପ୍ରତିଷ୍ଠାତା ମନୋଜ ପ୍ରଧାନ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଇଣ୍ଡ ଏମ୍ପପାୱାରମେଣ୍ଟ କାର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ