ହାଟଡିହି ବ୍ଲକ ପ୍ରତି ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ସର୍ବବୃହତ ବ୍ଲକ ଭାବେ ପରିଗଣିତ ହେଉଛି ହାଟଡିହି ବ୍ଲକ । ଜିଲ୍ଲା ସଦର ମହକୁମା ଠାରୁ ୧୧୦ କିଲୋମିଟର ଦୁରରେ ଅବସ୍ଥିତ ଏହି ପ୍ରତି ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ବ୍ଲକଟି ଏବେ ଜିଲ୍ଲାର ପଛୁଆ ବ୍ଲକ ଭାବେ ପରିଗଣିତ ହେଲାଣି । ଏହି ବ୍ଲକରେ ୩୧ ପଞ୍ଚାୟତ ଥିବା ବେଳେ ଏହାର ଲୋକସଂଖ୍ୟା ପ୍ରାୟତ ଦେଢ଼ଲକ୍ଷରୁ ଉର୍ଦ୍ଧ । ଏବେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ବ୍ଲକ ଓ ପଞ୍ଚାୟତ ମାଧ୍ୟମରେ କରାଯାଉଥିବାବେଳେ ହାଟଡିହି ବ୍ଲକରେ କର୍ମଚାରୀ ଅଭାବରୁ ବ୍ଲକର ଉନ୍ନୟନ ମୁଳକ କାର୍ଯ୍ୟ ଦିଗହରା ହୋଇ ପଡିଛି । ମନରେଗା ଯୋଜନା ଗୁଡିକ ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନଥିବାବେଳେ ଏବେ ଜିଲ୍ଲାର ତେର ନମ୍ବର ବ୍ଲକ ଭାବେ ପଛରେ ପଡିଛି । ଅଧିକାଂଶ ପଞ୍ଚାୟତରେ ମନରେଗା ଯୋଜନା କାର୍ଯ୍ୟକରେ ଶ୍ରମିକ ନିଯୁକ୍ତିି ଶୁନ ଥିବା ଜଣାପଡିଛି । ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟରେ ସରିପାରୁନି । ଜଣେ ଜଣେ ଯନ୍ତ୍ରୀଙ୍କୁ ଦୁଇ ତିନୋଟି ପଞ୍ଚାୟତ ଦିଆଯାଇଥିବାବେଳେ ଜଣେ ଜଣେ ପିଇଓଙ୍କୁ ଦୁଇ ତିନୋଟି ଲେଖାଏଁ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି । ଯେଉଁଥିପାଇଁ କି ପ୍ରତି ପଞ୍ଚାୟତରେ ଦୁନ୍ନୀତି ବଢ଼ିବାରେ ଲାଗିଛି । ଏହା ଜିଲ୍ଲାର ସର୍ବ ବୃହତ ବ୍ଲକ ହୋଇଥିଲେ ବି ଏଠାରେ ଦୀର୍ଘ ୧୧ବର୍ଷ ହେଲା ଏବିଡିଓ ପଦବୀ ଖାଲି ପଡିଛି । ଜିଲ୍ଲଶ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଏହା ୧୧୦କିଲୋମିଟର ଦୁରରେ ଥିବାରୁ ପ୍ରାୟତଃ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପାଦ ପଡେନି । ତେଣୁ ଏହି ବ୍ଲକଟି କିପରି ଚାଲିଛି ଓ କର୍ମଚାରୀମାନେ କିପରି କାର୍ଯ୍ୟ କରୁଛନ୍ତି ତାହା କେହି ଉଚ୍ଚ ପଦସ୍ଥ ଅଦôକାରୀ ମାନେ ଠଉରାଇ ପାରନ୍ତି ନାହିଁ । ଜିଲ୍ଲା ପ୍ରଶାସନ ଜାଣିଶୁଣି ଏହି ପଦବୀକୁ ପୁରଣ କରିବା ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜଣେ ମାତ୍ର ବିଡିଓ ଯଦି କୌଣସି ଦୁର ଦୁରାନ୍ତ ପଞ୍ଚାୟତକୁ ପରିଦର୍ଶନ କରିବାକୁ ଯାଉଛନ୍ତି ସେଦିନ ଶହଶହ ସଂଖ୍ୟାରେ ଲୋକମାନେ ବିଭିନ୍ନ କାମପାଇଁ ଆସି ବିଡିଓଙ୍କୁ ନପାଇ ନିରାଶରେ ବ୍ଲକରୁ ଫେରୁଛନ୍ତି । ବ୍ଲକର ସମାଜ ମଙ୍ଗଳ ଅଧିକାରୀ ପଦବୀ ଦୀର୍ଘଦିନ ହେବ ଖାଲି ପଡିଛି । ସେହିପରି ବ୍ଲକରେ ୫ଜଣ ସହକାରୀଯନ୍ତ୍ରୀ ରହିବା ସ୍ଥଳରେ ମାତ୍ର ଜଣେ ସହକାରୀ ଯନ୍ତ୍ରୀ ଅଛନ୍ତି । ୩୧ଟି ଯାକ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ସରଜମିନ ତଦାରଖ କରି ମାନ ନିର୍ଦ୍ଧାରଣ କରିବା କଥା । ମାତ୍ର ଜଣେ ସହକାରୀଯନ୍ତ୍ରୀଙ୍କ ପକ୍ଷେ ସମସ୍ତ ପଞ୍ଚାୟତ ଗୁହିକ ବୁଲି କାର୍ଯ୍ୟ କରିବା ସମ୍ଭବପର ହୋଇପାରୁ ନାହିଁ । ସେହିପରି ୧୧ଜଣ ଯନ୍ତ୍ରୀଙ୍କ ସ୍ଥାନରେ ମାତ୍ର ୭ଜଣ କନିଷ୍ଠଯନ୍ତ୍ରୀ ଥିବାରୁ ଜଣେ ଜଣେ ଯନ୍ତ୍ରୀ ଦୁଇ ତିନୋଟି ପଞ୍ଚାୟତର ଦାୟିତ୍ୱ ନେଇଛନ୍ତି । ଯାହାଦ୍ୱାରାକି ଉନ୍ନୟନ କାର୍ଯ୍ୟ ଗୁଡିକ ଠିକ ସମୟରେ ଓ ଠିକ ଭାବରେ ଆଗେଇ ପାରୁନାହିଁ । ସେହିପରି ୩୧ଟି ପଞ୍ଚାୟତ ପାଇଁ ୩୧ଜଣ ପିିଇଓଙ୍କ ଆବଶ୍ୟକ ଥିବାବେଳେ ମାତ୍ର ୨୦ଜଣ ପିଇଓ ଅଛନ୍ତି । ସେଥିମଧ୍ୟରୁ ଦୁଇଜଣ ବ୍ଲକ ଅଫିସ ସହାୟକ ଭାବେ ନିଯୁକ୍ତି ପାଇଥିବାବେଳେ ୨/୩ଜଣ ପିଇଓ ମାସରେ ଥରେ ଦୁଇଥର ପଞ୍ଚାୟତକୁ ଯାଇଥାନ୍ତି । ଆଉ କିଛି ପିଇଓ ମଦ୍ୟପାନକରି ନିଶାରେ ରାସ୍ତା ଘାଟରେ ବୁଲୁଥାନ୍ତି । ଏପରିକି ଗତ କିଛିଦିନ ତଳେ ପଞ୍ଚୁଗୋଛିଆ ପଞ୍ଚାୟତର କିଛି ଗୁରୁତ୍ୱପୁର୍ଣ୍ଣ ରେକର୍ଡପତ୍ର ସହ ଏମ.ବି ବହି ଯାଜପୁର ନିକଟରେ ରାସ୍ତାରେ ପଡିଥିବା ବେଳେ ଜଣେ ବ୍ୟକ୍ତି ତାକୁ ପାଇ ବ୍ଲକ କର୍ତ୍ତୁପକ୍ଷଙ୍କୁ ସୁଚନା ଦେଇଥିଲେ । ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ପଞ୍ଚାୟତ କାର୍ଯ୍ୟରେ ବ୍ୟାପକ ଅନିମିତତା ଓ ଦୁର୍ନୀତି ହେବା ସ୍ୱଭାବିକ ବୋଲି ଆଲୋଚନା ହେଉଛି । ଅନ୍ୟ ବ୍ଲକ ମାନଙ୍କରେ ହାଟଡିହି ବ୍ଲକ ଠାରୁ ଅଧିକ କର୍ମଚାରୀ ନିଯୁକ୍ତି ଥିବାବେଳେ ଏଠାରେ ଜାଣିଶୁଣି କମ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଣେ ଏବିଡିଓଙ୍କ ସମେତ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ