ସାପ କାମୁଡ଼ାରେ ମହିଳା ମୃତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ସାପ କାମୁଡାରେ ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତାଣ୍ଡ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ରଶ୍ମିତା ନାଇକ( ୩୦) । ଗତ କାଲି ଅପରାହ୍ନ ସମୟରେ ଘରେ ଶୋଇଥିବା ସମୟରେ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା । ନିଦରୁ ଉଠିବା ସମୟରେ ତାଙ୍କ ଶରୀରରେ ସାମାନ୍ୟ ଯନ୍ତ୍ରଣା ଆରମ୍ଭ ହୋଇଥିଲ। ରଶ୍ମିତା ଏହାକୁ ହାଲକା ଭାବେ ଗ୍ରହଣ କରିଥିଲେ। ବେଳକୁ ବେଳ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ସ୍ୱାମୀ ପାଣ୍ଡା ନାଇକ ସ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେତେବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରେ ରଶ୍ମିତାଙ୍କୁ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ସକାଳୁ ଚିକିତ୍ସାଧିନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ତାଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହୋଇଛି।


