ବେଆଇନ ଇଟା ଭାଟି ଉପରେ ଖଲ୍ଲିକୋଟ ତହସିଲଦାର ଙ୍କ ଚଢ଼ାଉ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ଅଞ୍ଚଳରେ ରେ ଗଢି ଉଠିଛି ମାଳ ମାଳ ବେଆଇନ ଇଟାଭାଟି ।ଆଜି ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମ ନିକଟରେ ହୋଇଥିବା ୬ ଗୋଟି ବେଆଇନ ଇଟାଭାଟି କୁ ଭାଙ୍ଗିଛନ୍ତି ତହସିଲଦାର ।ନୂତନ ଗୁରୁଣ୍ଠି ଗ୍ରାମର ଶତ୍ରୁଘ୍ନ ସାହୁ କରିଥିବା ବେଆଇନ ଇଟାଭାଟି ସମ୍ପର୍କରେ ଗ୍ରାମବାସୀ ଅଭିଯୋଗ କରିବା ପରେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ କିଛି ଦିନ ତଳେ ଶତ୍ରୁଘ୍ନ ଙ୍କୁ ତାଗିଦ କରିବା ସହ ତାଙ୍କ ଠାରୁ ୭୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ ।ତାପରେ ମଧ୍ୟ ଶତ୍ରୁଘ୍ନ ତାଙ୍କର ବ୍ୟବସାୟ ଜାରି ରଖିଥିବା ଖବର ପାଇ ଆଜି ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ, ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ, ଖଲ୍ଲିକୋଟ ଆର ଆଇ ମୀନକେତନ ଶବର, ଭେଜିପୁଟ ଆର ଆଇ ରମେଶ ଜେନା, କେଶପୁର ଏ ଆର ଆଇ ଦେବାଶିଷ ଯାନୀ ଙ୍କ ସମେତ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀ ଓ ପୋଲିସ ପହଞ୍ଚି ଜେସିବି ଦ୍ଵାରା ତିନୋଟି କଞ୍ଚା ଇଟାଭାଟି ଏବଂ ତିନୋଟି ପୋଡା ଇଟାଭାଟି କୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଥିଲେ ।ଖଲ୍ଲିକୋଟ ତହସିଲ ଅଞ୍ଚଳରେ ଇଟା ମାଫିଆ ମାନେ ମାଳ ମାଳ ବେଆଇନ ଇଟାଭାଟି କରି ଲୋକଙ୍କୁ ଚଢା ଦରରେ ବିକ୍ରୀ କରୁଛନ୍ତି ।କୌଣସି ସ୍ଥାନରେ ବେଆଇନ ଇଟାଭାଟି ସମ୍ପର୍କରେ ସୂଚନା ପାଇଲେ ଇଟାଭାଟି ଭାଙ୍ଗିବା ସହ ବ୍ୟବସାୟୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ପ୍ରକାଶ କରିବା ସହ ଏହି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ।


