ଶାସଙ୍ଗ ସରକାରୀ ନୋଡାଲ ସ୍କୁଲରେ ଶିଶୁ ମହୋତ୍ସବ ସୁରଭୀ ୨୦୨୨

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଠାରେ ଥିବା ସରକାରୀ ନୋଡାଲ ସ୍କୁଲ ପରିସରରେ ଶାସଙ୍ଗ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛେନାପଦି, ଶାସଙ୍ଗ, ଅସିଆ, ବଡତୀରା, ଗୋପାଳପୁର, ପନ୍ଦାଡୋ, ବୈଦାଖିଆ ଆଦି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ସିଆରସିସି ଅଞ୍ଜନ କୁମାର ଦାସଙ୍କ ସଂଯୋଜନାରେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମନବାଳା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମଧୁମିତା ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଏବିିଓ ତଥା ବି.ଆର.ସି.ସି ସୁରେଶ ଚନ୍ଦ୍ର ଯେନା, ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଲକ୍ଷ୍ମୀନାରାୟଣ ପାଢ଼ୀ, ସଞ୍ଜୁଲତା ମଲ୍ଲିକ, ପ୍ରଧାନ ଶିକ୍ଷକ ବିଦ୍ୟାଧର ତରେଇ, ପୁର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଏକାଗ୍ରତା ହିଁ ସେମାନଙ୍କ ଜୀବନର ସଫଳତା ଆଣିଦିଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ମଧ୍ୟାହ୍ନ ଭୋଜନ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ଶିକ୍ଷୟତ୍ରୀ କୁମୁଦୁନୀ ସାମଲ, ହରେକୃଷ୍ଣ ଭୂୟାଁ, ବିଦ୍ୟାଧର ବେହେରା, ନିତ୍ୟାନନ୍ଦ ବାରିକ, ନିରାକାର ଜେନା, ଶତୃଘ୍ନ ସାହୁ, ଗଙ୍ଗାଧର ଜେନା, ଜ୍ଞାନ ରଞ୍ଜନ ବେହେରା, ଅମୀୟ ରଞ୍ଜନ ରାଉତ, ବିଦୁ ଭୂଷଣ ବରାଳ, ଲଳିତ କୁମାର ବିଶ୍ୱାଳ, ମାମିନା ପ୍ରଧାନ, ଜୟଶ୍ରୀ ରାଉତ, ଅନ୍ନପୁର୍ଣ୍ଣା ପାଣିଗ୍ରାହୀ, ନଟବର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ