କାଠ ସଂଗ୍ରହ ପାଇଁ ଯାଇଥିବା ମହିଳାଙ୍କୁ ଗୁଳିମାଡ ଘଟଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ବଲସକୁମ୍ପା ଅଂଚଳରେ ଜଣେ ମହିଳା ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗୁଳିମାଡର ଶୀକାର ହୋଇଥିଲେ। ମୁଣ୍ଡରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିଲା । ସୂଚନା ମୁତାବକ, ଛନ୍ଦୁରୁପଦର ଗ୍ରାମର ଜୟନ୍ତୀ କହଁର(୭୦) ଓ ତାଙ୍କ ସ୍ୱାମୀ ପବିତ୍ର କହଁର ଜାଳେଣୀ କାଠ ଆଣିବା ପାଇଁ ଡଙ୍ଗାରେ ନଦୀ ପାର ହୋଇ ରଂଜାଗୁଡା ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରିବା ପରେ ପ୍ରଥମେ ଜୟନ୍ତୀ ଡଙ୍ଗା ପାଖକୁ ଫେରି ଆସିଥିଲେ । ତେବେ ଡଙ୍ଗାରେ ପାଣି ପଶି ଯାଇଥିବାରୁ ସେ ପାଣି ବାହାର କରିୁଥିବା ସମୟରେ ହଠାତ ଜଙ୍ଗଲପଟୁ ଏକ ଗୁଳି ଆସି ତାଙ୍କ ମୁଣ୍ଡରେ ବାଜିଥିଲା । ଏହି ଘଟଣାରେ ଖଜୁରିପଡ଼ା ଥାନାରେ ଏକ ମାମଲା ରୁଜୁ କରା 9ଯାଇଥିବା ବେଳେ, ୧୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ତେବେ ଘଟଣାର ପ୍ରାୟ ବର୍ଷେ ହେବାକୁ ଯାଉଥିବା ବେଳେ ଏହି ଘଟଣାରେ ଖଜୁରିପଡ଼ା ପୁଲିସ୍ ୩ ଜଣକୁ ଗିରଫ କରିଛି। ଗିରଫ ମାନେ ହେଲେ ବଲସକୁମ୍ପା ପଂଚାୟତ ଅନ୍ତର୍ଗତ ଛନ୍ଦୁପଦର ଗ୍ରାମର ବିରେନ୍ଦ୍ର ଜାନୀ ଓ ବିଡିଓ ବେହେରା ଓ ଅନ୍ୟଜଣେ ହେଉଛନ୍ତି ନୂଆଗାଁ ପଂଚାୟତ ଅନ୍ତର୍ଗତ ଗାରଡ଼ାପାଜୁ ଗ୍ରାମର ଅନନ୍ତ କହଁର ବୋଲି ଖଜୁରିପଡ଼ା ପୁଲିସ୍ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଫେରାର୍ ଥିବା ପୁଲିସ୍ ପ୍ରକାଶ କରିଛି । ପ୍ରକାଶଯେ , ଗତ ୨୦୨୦ ମସିହା ଡ଼ିସେମ୍ବର ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ପରିବାରର ସୁନିଲ୍ କହଁର ଏନେଇ ଖଜୁରିପଡ଼ା ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏକ ମାମଲା ରୁଜୁକରି ସେହିଦିନ ଠାରୁ ତଦନ୍ତ ଆରମ୍ଭ କରିଥିଲା । ପ୍ରକାଶଯେ, ଉକ୍ତଦିନ ଉଭୟ ସ୍ୱାମୀ ଓ ସ୍ତ୍ରୀ କାଠ ସଂଗ୍ରହ ପାଇଁ ଯାଇ ଫେରୁଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ଡ଼ଙ୍ଗାନିକଟରେ ସ୍ତ୍ରୀ ଜୟନ୍ତୀ ଙ୍କ ଚିତ୍କାର ଶୁଣି ସ୍ୱାମୀ ପବିତ୍ର ଧାଇଁ ଆସି ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଦେଖି ପାଟି କରିବାରୁ ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ଜୟନ୍ତୀଙ୍କୁ ପ୍ରଥମେ ଖଜୁରୀପଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ତେବେ ସେଠାରେ ଚିକିତ୍ସା ସମ୍ଭବ ନ ହେବାରୁ ତୁରନ୍ତ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଜୟନ୍ତୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ନେଇ ସେହି ସମୟରେ ପୁଲିସ ତାହାର ପ୍ରାଥମିକ ତଦନ୍ତରେ ପ୍ରକାଶ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ