ଗୁମ୍ମା ବ୍ଲକରେ କୃଷି ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚାଷୀଙ୍କ ଉପକାର ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ କୃଷି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟଳୟ ସମୁଖରେ ଏହି କୃଷି ରଥକୁ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅନୁପ ଅଭିଷେଖ ବେହେରା ଓ ବ୍ଲକ କୃଷି ଅଧିକାରୀ ନାରାୟଣ ଚାନ୍ଦ ଯୋଗ ଦେଇ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଗୁମ୍ମା ବ୍ଲକର ୨୦ଗୋଟି ପଞ୍ଚାୟତ ୪ଦିନ ଧରି ଭ୍ରମଣ କରି ସମସ୍ତ ଚାଷୀ ପରିବାର ଓ ଚାଷୀଙ୍କୁ ସଚେତନ କରିବା ପାଇଁ ସ୍ଥିର କରାଯାଇଛି। ଚଳିତବର୍ଷ ରବି ରୁତୁର ପ୍ରାରମ୍ଭରୁ କୃଷି ଭିତ୍ତିକ ସମସ୍ତ ଉନ୍ନୟନ ମୂଳକ ଯୋଜନା ଗୁଡିକର ସଚେତନତା କରାଯିବ। ସରକାରଙ୍କ ପ୍ରଚଳିତ ଅନେକ କୃଷି ସମ୍ପର୍କିତ ଯୋଜନା ଓ ସରକାରଙ୍କ ସହାୟକ ରାଶି ଉପରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁନୁସିଂ, ତରଙ୍ଗଗଡ଼ା,ଜିବା,ଝାମି ଓ ନାମନଗଡ଼ ପଞ୍ଚାୟତରେ ସଚେତନ କରାଯାଇଛି। ବ୍ଲକର ବାକି ଅନ୍ୟ ପଞ୍ଚାୟତ ଗୁଡ଼ିକ ୩ଦିନ ଧର ଭ୍ରମଣ କରି ସଚେତନ କରାଯିବ। ଏହି ସଚେତନତା ରଥ ମାଧ୍ୟମରେ ସମସ୍ତ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବା ଏହି କୃଷି ରଥର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ଚାନ୍ଦ। ସେହିପରି ଅନ୍ୟତମ ଅତିଥି ଭାବେ ବ୍ଲକ କୃଷି କର୍ମଚାରୀ,ସନ୍ତୋଷ କୁମାର ପାଣିଗ୍ରାହୀ,ଉପେନ୍ଦ୍ର ମାଛ,ଲୋକନାଥ ଶବର,ନୋହର ଶବର,ଗବ୍ରିଏଲ ଗମାଙ୍ଗ,ରଶ୍ମି ରଇତ ଓ ବ୍ଲକ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ