ବାଲିଗୁଡା ଠାରେ ନବନିର୍ବାଚିତ ସରପଂଚ ମାନଙ୍କ ତାଲିମ ଶିବିର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ଗ୍ରାମ୍ୟଉନ୍ନୟନ ଓ ପଂଚାୟତରାଜ ଓଡିଶା ସରକାରଙ୍କ ତରଫରୁ ସ୍ଥାନୀୟ ଶାନ୍ତିମୈତ୍ରୀ ଅନୁଷ୍ଠାନର ସଭାଗୃହଠାରେ କନ୍ଧମାଳ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକଙ୍କ ଅଧକ୍ଷତାରେ ନବନିର୍ବାଚିତ ସରପଂଚ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ଶସାଙ୍କ ଶେଖର ପାତ୍ର,ଏପିଡି ମନୋଜ କୁମାର ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ଏହି ପ୍ରଶିକ୍ଷଣ ଶିବିର ପାଂଚଦିନ ଧରି ହେବ । ତାଲିମଦାତା ଭାବେ ଏସଆଇଆରଡି ଦ୍ୱାରା ଅନୁମୋଦିତ ତାଲିମଦାତା ଅଶୋକ କୁମାର ପରିଡା ଓ ଜ୍ୟୈତ୍ସାରାଣି ମହାନ୍ତୀ ତାଲିମ ପ୍ରଦାନ ଦେଉଛନ୍ତି ।ଏତତ୍ ବ୍ୟତିତ ସମସ୍ତ ସରକାରୀ ବିଭାଗର ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ବିଭିନ୍ନ ସମୟରେ ଆସି ବିଭିନ୍ନ ଯୋଜନା ଉପରେ ସରପଂଚମାନଙ୍କୁ ତାଲିମ ପ୍ରଦାନ କରିବେ । ଉକ୍ତ ତାଲିମ କେନ୍ଦ୍ରରେ କୋଟଗଡ,ତୁମୁଡିବନ୍ଧ, ଓ ବାଲିଗୁଡା ବ୍ଲକର ସମସ୍ତ ପଂଚାୟତର ୩୮ଜଣ ସରପଂଚ ତାଲିମ ନେଉଛନ୍ତି । ଏହି ତାଲିମ ଶିବିରକୁ ଶାନ୍ତିମୈତ୍ରୀର ସମ୍ପାଦକ ଭଗବାନ ଜେନା ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ