ସବୁଜ ଦୀପାବଳୀ ବାଣ ନୁହେଁ, ବେଲୁନ୍ ଫୁଟାନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ଦୀପାବଳୀର ଅବ୍ୟବହିତ ପୂର୍ବରୁ ବିଭିନ୍ନ ରଙ୍ଗ ବେରଙ୍ଗର ବେଲୁନକୁ ନେଇ ଜନସଚେତନତା ଓ ଅଙ୍ଗୀକାରବଦ୍ଧ ଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଦୀପାବଳୀକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ସବୁଜ ଦୀପାବଳୀର ଏକ ନିଆରା ବାର୍ତ୍ତା ଦେଇଛନ୍ତି । ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସୁଶାନ୍ତ ଇକୋ-ଫ୍ରେଣ୍ଡ୍‌ଲି ଦୀପାବଳୀର ଉପାଦେୟତାକୁ ସେ ବେଲୁନ୍ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଛନ୍ତି । ‘ସେ ନୋ ଟୁ କ୍ରାକର୍ସ’କୁ ସମର୍ଥନ କରି ସେ କୁହନ୍ତି ଦେଶର ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଦୀପାବଳୀ ସମୟରେ ହିଁ ହୋଇଥାଏ । ବାଣରୁ ନିର୍ଗତ ଧୂଆଁରେ ସଲ୍‌ଫର୍ ଡ଼ାଇଅକ୍ସାଇଡ୍‌, କାର୍ବନ ଡ଼ାଇଅକ୍ସାଇଡ଼୍ ଓ କାର୍ବନ ମନୋଅକ୍ସାଇଡ୍ ପରି ମାରାତ୍ମକ ଗ୍ୟାସ୍ ଶ୍ୱାସ ପରି ମାରାତ୍ମକ ରୋଗ ସୃଷ୍ଟି କରେ । ଶବ୍ଦ ପ୍ରଦୂଷଣର ଜ୍ୱାଳା ମଧ୍ୟ ଭୋଗିବାକୁ ପଡ଼ିଥାଏ । ଆହୁରି ମଧ୍ୟ ଅନେକ ଜୀବଜନ୍ତୁ ଓ ପକ୍ଷୀମାନଙ୍କ ଜୀବନହାନୀ ଘଟିବା ସହ ଜୀବଜଗତକୁ ପ୍ରଭାବିତ କରିଥାଏ । ତତ୍‌ସହିତ ଅଗ୍ନିକାଣ୍ଡ ଘଟି ଅନେକ ଗରିବଙ୍କ ଘର ପୋଡ଼ି ହୋଇଯିବା ସହ ଧନଜୀବନ ନଷ୍ଟ ହୋଇଥାଏ । ବାଣ ବ୍ୟବହାର ନକରି ବାଣ ବଦଳରେ ବେଲୁନ ଫୁଟାନ୍ତୁ ଏବଂ ଦୀପାବଳୀ ଉତ୍ସବ ପାଳନ କରି ନିଜେ ସୁରକ୍ଷିତ ରୁହନ୍ତୁ ଓ ଏହି ସୁନ୍ଦର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ସାହୁ ଏହି ଅବସରରେ ନିବେଦନ କରିଛନ୍ତି । ଯାହାକି ଏକ ସବୁଜ ସୁନ୍ଦର ପରିବେଶ ତିଆରିରେ ବେଶ୍ ସାହାୟକ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି । ସୁଶାନ୍ତଙ୍କ ସବୁଜ ଦୀପାବଳୀର ଏହି ବାର୍ତ୍ତାଟି ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ